ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର:ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବି । ଆରମ୍ଭରୁ ହୋହଲ୍ଲା ଯୋଗୁଁ ମିନିଟିଏ ବି ଚାଲିପାରିଲାନଥିଲା ଗୃହକାର୍ଯ୍ୟ । ପ୍ରଥମେ ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ରଖାଯାଇଥିଲା । ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୁଣି ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ଓ ଧାନମଣ୍ଡି ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ହୋହଲ୍ଲା କରିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସେପଟେ ଗୃହରେ ହଟ୍ଟଗୋଳ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । କହିଛି ଯେହେତୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି, କେନ୍ଦ୍ର ସରକାର କମାଉନାହାନ୍ତି । ସେଥିପାଇଁ ଏଭଳି ହଟ୍ଟଗୋଳ କରୁଛି ବିଜେପି । ଏହାର କିଛି ଯଥାର୍ଥତା ନାହିଁ । ଧାନ କିଣାକୁ ନେଇ କେନ୍ଦ୍ର ସରକାରଙ୍କ ଯେତିକି ଟାର୍ଗେଟ ରହିଛି ସେ ଟାର୍ଗେଟ ପୂରଣ ହେଲେ ସବୁ ଧାନ ଉଠିଯିବ । ବିଜେପି କହିଛି, ମଣ୍ଡିରେ ଧାନ ପଡି ରହିଛି । ଅବିଳମ୍ବେ ଧାନ ଉଠାଇବା ସହ ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ । ସେପଟେ ଗୃହ ଅଚଳାବସ୍ଥା ନେଇ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ପ୍ରଶ୍ନକାଳକୁ ବାତିଲ କରିବା ଠିକ ନୁହେଁ। ଏହି ପ୍ରସଙ୍ଗକୁ ବିଧାନସଭାର ଅଲଗା ଫୋରମରେ ଉଠାଇବାର ସୁଯୋଗ ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଆନ୍ଧ୍ରର ଷ୍ଟାଟସ୍ ରିପୋର୍ଟ; ୧୯୫୨ ମସିହାରୁ ନିର୍ବାଚନ କରିଆସୁଥିବା କହିଲା ଆନ୍ଧ୍ର

Leave a Reply