spot_img

Latest Posts

ଭାଗବତ ଗୀତା ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ନେଇ ମହାକାଶକୁ ଯିବ ନାନୋସାଟେଲାଇଟ୍

ନୂଆଦିଲ୍ଲୀ: ଖଣ୍ଡିଏ ଭାଗବତ ଗୀତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଫଟୋ ଏବଂ ୨୫,୦୦୦ ବ୍ୟକ୍ତିବିଶେଷଙ୍କ ନାମ ତାଲିକା ଧରି ‘ସତୀଶ ଧାଓ୍ଵନ୍‌ କୃତ୍ରିମ ଉପଗ୍ରହ’ (ସାଟେଲାଇଟ୍‌) ଏ ମାସ ଶେଷସୁଦ୍ଧା ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ଦ୍ୱାରା (ପିଏସ୍‌ଏଲ୍‌ଭି) ଉତ୍‌କ୍ଷେପଣ ହୋଇ ମହାକାଶକୁ ଯାତ୍ରା କରିବ।

ଭାରତୀୟ ମହାକାଶ କାର୍ଯ୍ୟକ୍ରମର ସଂସ୍ଥାପକଙ୍କ ମଧ୍ୟରୁ ଜଣଙ୍କ ନାମରେ ନାମିତ ଏହି କ୍ଷୁଦ୍ର କୃତ୍ରିମ ଉପଗ୍ରହଟି (ନାନୋସାଟେଲାଇଟ୍‌) ‘ସ୍ପେସ୍‌କିଡ୍‌ଜ୍‌ ଇଣ୍ଡିଆ’ଦ୍ୱାରା ବିକଶିତ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ଜାଗରୁକ କରିବା ନିମନ୍ତେ ‘ସ୍ପେସ୍‌କିଡ୍‌ଜ୍‌ ଇଣ୍ଡିଆ’ ଉତ୍ସଗୀକୃତ। ଏହା ବ୍ୟତିରେକେ, ଏହି କୃତ୍ରିମ ଉପଗ୍ରହରେ ତିନୋଟି ‘ପ୍ଲେଲୋଡ୍‌’ ମଧ୍ୟ ଯିବ। ସେଥିରୁ ଗୋଟିଏ ମହାକାଶ ବିକିରଣ, ଅନ୍ୟଟି ଚୁମ୍ବକୀୟ ମଣ୍ଡଳ ସଂକ୍ରାନ୍ତରେ ଅଧ୍ୟୟନ କରିବ ଏବଂ ତୃତୀୟଟି ସ୍ୱଳ୍ପଶକ୍ତିସମ୍ପନ୍ନ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଯୋଗାଯୋଗ ନେଟ୍‌ ଓ୍ଵାର୍କ ପ୍ରଦର୍ଶନ କରିବ।

Latest Posts

Don't Miss