ଦୁର୍ନୀତି ପାଇଁ ନିଲମ୍ବିତ ହୋଇଥିଲେ, ଅବସର ପରେ ଅଫିସ୍ ଆସୁଛନ୍ତି

1 min read
Suspended Retd. Clerk Working In Bhadrak Excise Office Without Any Official Order

ଭଦ୍ରକ: ଭଦ୍ରକ ଜିଲ୍ଲା ଅବକାରୀ ଅଫିସରେ ସବୁକିଛି ଠିକ୍ ଚାଲିଛି ତ ? ଆମେ ଏ ପ୍ରଶ୍ନ ଉଠାଇବା ପଛର କାରଣ ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ କାମ କରୁଛନ୍ତି ଅବସରପ୍ରାପ୍ତ କର୍ମଚାରୀ । ତାହା ପୁଣି ସରକାରୀ ଭାବେ ନୁହେଁ ବେସରକାରୀ ଭାବେ । ଅଫିସ୍ କାମ କରିବା ଲାଗି ତାଙ୍କୁ କୌଣସି ପାରିଶ୍ରମିକ ମିଳୁନଥିବା ଲମ୍ବୋଦର ମହାରଣା ଦାବି କରିଛନ୍ତି । କାର୍ଯ୍ୟାଳୟ ଆସି କାମ କରିବାକୁ ସେଭଳି କିଛି ନିର୍ଦ୍ଦେଶନାମା ବି ନାହିଁ । ଚିନ୍ତାଜନକ କଥା ହେଉଛି- ଭଦ୍ରକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ କାମ କରୁଥିବା ବାବୁ ଜଣଙ୍କ ୨୦୧୭ ମସିହାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

Suspended Retd. Clerk Working In Bhadrak Excise Office Without Any Official Order

ଏବେ ପ୍ରତିଦିନ ଅଫିସ୍ ଆସି କାମ କରୁଛନ୍ତି । ଏନେଇ ପଚାରିବାରୁ ଲମ୍ବୋଦର କୁହନ୍ତି- ଅବକାରୀ କାର୍ଯ୍ୟାଳୟରେ କମ୍ କର୍ମଚାରୀ ଅଛନ୍ତି । ଜିଲ୍ଲା ଅବକାରୀ ଅଧୀକ୍ଷକ କାମ ପାଇଁ ଡାକୁଥିବାରୁ ସେ ଆସି ଅଫିସ୍ କାର୍ଯ୍ୟ କରୁଛନ୍ତି । ତେବେ, ସରକାରୀ ଅଫିସରେ ବିନା ନିର୍ଦ୍ଦେଶ ନାମାରେ ଜଣେ ନିଲମ୍ବିତ ଅବସରପ୍ରାପ୍ତ କର୍ମଚାରୀ କିଭଳି ଅଫିସ୍ ଆସୁଛନ୍ତି ? କାର୍ଯ୍ୟାଳୟର ଫାଇଲ୍ ପତ୍ର କାମ କରୁଛନ୍ତି ? ସରକାରୀ କାର୍ଯ୍ୟାଳୟରେ ନାହିଁ କି କୌଣସି ଗୋପନୀୟତା ? ଏମିତି ଅନେକ ପ୍ରଶ୍ନ ଉଠିଛି ।

Suspended Retd. Clerk Working In Bhadrak Excise Office Without Any Official Order

ତେବେ, ଲମ୍ବୋଦରଙ୍କ ଅଫିସ୍ ଆସିବା ଆଉ କାମ କରିବା ନେଇ ମୁହଁ ଖୋଲୁନାହାଁନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ । ଆମ ପ୍ରତିନିଧି ତାଙ୍କୁ ଏନେଇ ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ କୌଣସି ଉତ୍ତର ନଦେଇ ପଳାଇ ଯାଇଛନ୍ତି । ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଏଭଳି ନିରବତା, ନିଲମ୍ବିତ ଲମ୍ବୋଦର ଅଫିସ୍ ଆସି ଅବସର ପରେ ବି କାମ କରିବାକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି । ଲମ୍ବୋଦରଙ୍କୁ ମଧ୍ୟସ୍ଥି କରି ଅବକାରୀ କାର୍ଯ୍ୟାଳୟରେ କିଛି ଭିତିରି କାରବାର ଚାଲିନି ତ ?

କିଏ ଲମ୍ବୋଦର ମହାରାଣା ?

ଯାଜପୁର ଜିଲ୍ଲାରେ ଲମ୍ବୋଦର ମହାରଣାଙ୍କ ଘର । ସେ କଟକ ସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁ ଅଫିସରେ ମୁଖ୍ୟ କିରାଣି ଭାବେ କାମ କରୁଥିବା ବେଳେ ୨୦୧୭ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ଗିରଫ ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ନିଲମ୍ବନ ଅବସ୍ଥାରେ ସେ ଚାକିରିରୁ ଅବସର ନେଇଥିଲେ । ଏବେ ଯାଜପୁରରୁ ଦୈନିକ ଭଦ୍ରକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟକୁ ଆସି କାମ କରୁଛନ୍ତି ।

Leave a Reply