୭୫ ବର୍ଷରୁ ଅଧିକ ବ୍ୟୟସର ବ୍ୟକ୍ତି ଦେବେ ନାହିଁ ଟ୍ୟାକ୍ସ

ନୂଆଦିଲ୍ଲୀ: ବଜେଟରେ ବରିଷ୍ଠ ନାଗରିକଙ୍କୁ ଗୁରୁତ୍ୱ । ବାର୍ଷିକ ବଜେଟ ଉପସ୍ଥପାନା କରୁଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି । ୭୫ ବର୍ଷରୁ ଅଧିକ ବ୍ୟୟସର ବ୍ୟକ୍ତିଙ୍କୁ ଟ୍ୟାକ୍ସରୁ ମୁକ୍ତ କରିଥିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଯେଉଁଥିରେ ୭୫ କିମ୍ବା ଏହାଠୁ ଅଧିକ ବୟସର ବ୍ୟକ୍ତିଙ୍କୁ ଆଇଟିଆର ଭରିବାକୁ ପଡିବ ନାହିଁ । ଫଳରେ ଫେନସନ ପାଉଥିବା ସମସ୍ତ ବରିଷ୍ଠ ନାଗରିକ ଏହାଦ୍ବାରା ଲାଭାନ୍ବିତ ହେବେ ।
ଲୋକସଭାରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା ଜାରି ରଖିଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ବଜେଟରେ ଘୋଷଣା କରିଛନ୍ତି । ଯେଉଁଥିରେ ଅର୍ଥମନ୍ତ୍ରୀ କହିଛନ୍ତି, ଏନଆରଆଇ ଲୋକଙ୍କୁ ଟ୍ୟାକ୍ସ ଭରିବାରେ ଅସୁବିଧା ହେଉଥିଲା । କିନ୍ତୁ ବର୍ତ୍ତମାନ ଡବଲ ଟିକସ ସିଷ୍ଟମରେ ସାମନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
କୋଭିଡ କାଳରେ ଆଗତ ହେବାକୁ ଯାଉଛି ପ୍ରଥମ ପୂର୍ଣ୍ଣକାଳୀନ ବଜେଟ । ବର୍ଷ ୨୦୨୦ରେ ଅର୍ଥନାତିକୁ ଧ୍ୱଂସ୍ତ କରିଦେଇଥିବା କୋଭିଡ ପରେ ଆସିଛି ପ୍ରଥମ ବଜେଟ । ଆର୍ଥିକବର୍ଷ ୨୦୨୧-୨୨ ପାଇଁ ଖୋଲୁଛି ଅର୍ଥମନ୍ତ୍ରୀଙ୍କ ଅର୍ଥପେଡି । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଜାରି ରଖିଛନ୍ତି ବଜେଟ ଅଭିଭାଷଣ । ଯେଉଁଥିରେ ବରିଷ୍ଠ ନାଗରିକଙ୍କୁ ଗୁରୁତ୍ୱ ଦିଆଯାଇଥିବା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।