ବ୍ରିସବେନ୍: ଚତୁର୍ଥ ତଥା ବ୍ରିସ୍ବେନ୍ ଟେଷ୍ଟର ପଞ୍ଚମ ଦିନରେ ୩୨୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ୭୫ ଓଭରରେ ଭାରତ ୨୧୮ ରନ୍ କରିଥିବାବେଳେ ୩ଟି ୱିକେଟ୍ ହରାଇଛି । ଚେତେଶ୍ୱର ପୂଜାରା (୫୨) ଓ ଋଷଭ ପନ୍ଥ(୩୨) ଖେଳ ଜାରି ରଖିଛନ୍ତି।
୩୨୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ଗତକାଲି କୌଣସି ୱିକେଟ୍ ନହରାଇ ୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ବର୍ଷା ବନ୍ଦ ନହେବାରୁ ଷ୍ଟମ୍ପ ଅପସାରଣ କରି ଦିଆଯାଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ୍ ଶର୍ମା ୪ ଓ ଶୁବମନ ଗିଲ୍ କୌଣସି ରନ୍ ନକରି ଅପରାଜିତ ରହିଥିଲେ।
ଆଜି ଦୁଇ ଓପନର ପୁଣି ଇନିଂସକୁ ଆଗେଇ ନେବାକୁ କ୍ରିଜ୍କୁ ଓହ୍ଲାଇଥିଲେ। ଶୁଭମନ ଗିଲ୍ ୯୧ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଗଲେ। କିନ୍ତୁ ରୋହିତ ଶର୍ମାଙ୍କଠାରୁ ଯାହା ଆଶା କରାଯାଉଥିଲା, ତାହା ହେଲା ନାହିଁ। ଦ୍ୱିତୀୟ ଇନିଂସ୍ରେ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜି ସେ ଆଉ ୩ ରନ୍ କରିବାକୁ ସମର୍ଥ ହୋଇଥିଲେ। କ୍ୟାପ୍ଟେନ ଅଜିଙ୍କ ରାହାଣେ ବି ଭଲ ପ୍ରଦର୍ଶନ ନ କରି ପାରିନଥିଲେ ସେ ମାତ୍ର ୨୪ ରନ୍ରେ ଆଉଟ ହୋଇଥିଲେ। ପ୍ୟାଟ୍ କମିନ୍ସ ୨ଟି ୱିକେ୍ଟ୍ ନେଇଥିବାବେଳେ ନାଥନ ଲିଓନ୍ ଗୋଟିଏ ୱିକେଟ ହାସଲ କରିଛନ୍ତି।

