୧୬ରୁ ୩୦ ଜିଲ୍ଲାରେ ଟିକାକରଣ, କାହାଭାଗରେ କେତେ କୋଭିସିଲ୍ଡ ଜାଣନ୍ତୁ…
ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚି ସାରିଛି କରୋନା ଭ୍ୟାକ୍ସିନ୍ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଭ୍ୟାକ୍ସିନ୍ ଦିଆଯିବ । ଏଥିନିମନ୍ତେ ରାଜ୍ୟରେ ୧୬୦ଟି ସେସନ୍ ସାଇଟ୍ ଚିହ୍ନଟ ହୋଇଥିବା ବେଳେ ଡ୍ରାଏ୍ ରନ୍ ସରିଛି । ଅକ୍ସଫୋର୍ଡର କୋଭିସିଲ୍ଡ ଟିକାର ୪୦ ହଜାର ୮ ଶହ ଡୋଜ୍ ଓଡ଼ିଶା ସାଇଥିବା କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି । କଟକ, ପୁରୀ, ନୟାଗଡ଼ରେ ଭ୍ୟାକ୍ସିନ୍ ପହଞ୍ଚି ସାରିଥିବା ବେଳେ ଅନ୍ୟ ଜିଲ୍ଲାକୁ ପଠାଯାଉଛି । କେଉଁ ଜିଲ୍ଲାରେ କେତେ ଭ୍ୟାକ୍ସିନ୍ ଦିଆଯିବ ତାର ତଥ୍ୟ ଆସିଛି ।
ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯିବାକୁ ଥିବା ବେଳେ ଅନ୍ୟ ସମସ୍ତ ୩୦ଟି ଜିଲ୍ଲାରେ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯିବ । ସବୁଠୁ ଅଧିକ ଟିକା କଟକ ଜିଲ୍ଲାରେ ଦିଆଯିବାକୁ ଥିବାବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା ।
ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାରେ ୪ ହଜାର ୫୯୦ ଜଣଙ୍କୁ ଟିକା ଦିଆଯିବାକୁ ଥିବାବେଳେ ବଲାଙ୍ଗିରରେ ୭ ହଜାର ୨୦୦ ଜଣଙ୍କୁ, ବାଲେଶ୍ୱରରେ ୭ ହଜାର ୫୬୦ ଜଣଙ୍କୁ, ବରଗଡ଼ରେ ୬ ହଜାର ୫୨୫ ଜଣଙ୍କୁ, ଭଦ୍ରକରେ ୪ ହଜାର ୯୯୫ ଜଣଙ୍କୁ, ବୌଦ୍ଧରେ ୧ ହଜାର ୭୫୫ ଜଣଙ୍କୁ, କଟକରେ ୧୭ ହଜାର ୧୯୦ ଜଣଙ୍କୁ, ଦେବଗଡ଼ରେ ୧ ହଜାର ୪୮୫, ଢେଙ୍କାନାଳରେ ୪ ହଜାର ୫୦୦, ଗଜପତିରେ ୪ ହଜାର ୫୦ ଜଣଙ୍କୁ, ଗଞ୍ଜାମରେ ୧୫ ହଜାର ୧୨୦ ଜଣଙ୍କୁ, ଜଗତସିଂହପୁରରେ ୪ ହଜାର ୫୯୦ ଜଣଙ୍କୁ, ଯାଜପୁରରେ ୬ ହଜାର ୮୮୫ ଜଣଙ୍କୁ, ଝାରସୁଗୁଡ଼ାରେ ୨ ହଜାର ୮୮୦ ଜଣଙ୍କୁ, କଳାହାଣ୍ଡିରେ ୬ ହଜାର ୧୨୦ ଜଣଙ୍କୁ, କନ୍ଧମାଳରେ ୪ ହଜାର ୫୯୦ ଜଣଙ୍କୁ, କେନ୍ଦ୍ରାପଡ଼ାରେ ୪ ହଜାର ୯୯୫ ଜଣଙ୍କୁ, କେନ୍ଦୁଝରରେ ୭ ହଜାର ୨୯୦ ଜଣଙ୍କୁ, ଖୋର୍ଦ୍ଧାରେ ୫ ହଜାର ୫୩୫ ଜଣଙ୍କୁ, କୋରାପୁଟରେ ୭ ହଜାର ୪୭୦ ଜଣଙ୍କୁ ଭ୍ୟାକ୍ସିନ୍ ଦିଆଯିବ ।
ସେହିଭଳି ମାଲକାନଗିରିରେ ୩ ହଜାର ୨୪୦ ଜଣଙ୍କୁ, ମୟୂରଭଞ୍ଜରେ ୧୦ ହଜାର ୭୧୦ ଜଣଙ୍କୁ, ନବରଙ୍ଗପୁରରେ ୬ ହଜାର ୩୦୦ ଜଣଙ୍କୁ, ନୟାଗଡ଼ରେ ୩ ହଜାର ୬୦୦ ଜଣଙ୍କୁ, ନୂଆପଡ଼ାରେ ୩ ହଜାର ୨୪୦ ଜଣଙ୍କୁ, ପୁରୀରେ ୬ ହଜାର ୩୦୦ ଜଣଙ୍କୁ, ରାୟଗଡ଼ାରେ ୪ ହଜାର ୮୬୦ ଜଣଙ୍କୁ, ସମ୍ବଲପୁରରେ ୬ ହଜାର ୭୫୦ ଜଣଙ୍କୁ, ସୁବର୍ଣ୍ଣପୁରରେ ୩ ହଜାର ୨୮୫ ଜଣଙ୍କୁ, ସୁନ୍ଦରଗଡ଼ରେ ୯ ହଜାର ୯୪୫ ଜଣଙ୍କୁ ଏପରି ମୋଟ ୧ ଲକ୍ଷ ୮୩ ହଜାର ୫୫୫ ଜଣଙ୍କୁ ଟିକା ଦିଆଯିବ । ସେହଭଳି ଭୁବନେଶ୍ୱରରେ ୯ ହଜାର ଜଣଙ୍କୁ ଦିଆଯିବ ଭ୍ୟାକ୍ସିନ୍ । ଏହିଭଳି ଭାବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକା ଦିଆଯିବ ।
ପ୍ରଥମ ପର୍ଯ୍ୟାୟ ଟିକାକରଣ ରାଜ୍ୟରେ ପାଇଁ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଞ୍ଜିକୃତ କରାଯାଇଛି। ପ୍ରଥମ ଟିକାଗ୍ରହଣର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗୃହ ବିଭାଗ, ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ୨୫ ତାରିଖ ସୁଦ୍ଧା ପଞ୍ଜିକରଣ କରାଯିବ ।