୯ଟି ହ୍ୱାଟସଆପ ଫିଚର୍ସ ଯାହା ସିଗନାଲ ଆପରେ ଉପଲବ୍ଧ ନାହିଁ
1 min readନୂଆଦିଲ୍ଲୀ: ନିକଟରେ ହ୍ୱାଟସଆପ ନିଜର ପ୍ରାଇଭେସୀ ପଲିସି ଜାରି କରିଛି ଏବଂ ସେହି କାରଣରୁ ହଠାତ୍ ଅନେକ ଉପଭୋକ୍ତା ଏହାର ବିକଳ୍ପ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଖୋଜିବାରେ ବ୍ୟସ୍ତ । ଏହି ପ୍ରାଇଭେସୀ ପଲିସିରେ ଉଲ୍ଲେଖ ଥିବା ଟର୍ମ ଆଣ୍ଡ କଣ୍ଡିସନରେ ଉପଭୋକ୍ତା ଖୁସି ନଥିବାବେଳେ ଏହାର ବିକଳ୍ପ ଆପ ଯଥା ଟେଲିଗ୍ରାମ ଏବଂ ସିଗନାଲ୍ ଆପ୍ ଗୁଡ଼ିକ ଅଧିକ ଲୋକପ୍ରିୟ ହୋଇଉଠିଛନ୍ତି । ତେବେ ଉଭୟ ଟେଲିଗ୍ରାମ ଏବଂ ସିଗନାଲ ପ୍ଲାଟଫର୍ମରେ ଗୋପନୀୟତାକୁ ଫକୋସ କରାଯାଇଛି ଏବଂ ବ୍ୟବହାରକାରୀଙ୍କୁ ହ୍ୱାଟସଆପ ଭଳି ଅଧିକାଂଶ ଫିଚର୍ସ ପ୍ରଦାନ କରାଯାଉଛି ବୋଲି ଦାବି କରାଯାଉଛି । ତଥାପି, ଅଧିକ ଲୋକପ୍ରିୟ ହାସଲ କରୁଥିବା ସିଗନାଲ ଆପରେ ଏମିତି ଅନେକ ଫିଚର୍ସର ସୁବିଧା ନାହିଁ ଯାହା ହ୍ୱାଟସଆପରେ ଉପଲବ୍ଧ କରାଯାଇଛି । ତେବେ ଆସନ୍ତୁ ଜାଣିବା ଜ’ଣ ସେହି ଫିଚର୍ସ ଗୁଡ଼ିକ ।
ଚାଟରେ ଷ୍ଟାର ମେସେଜ
ଉପଭୋକ୍ତାମାନେ ଚାହୁଁଥିବା ଯେକୌଣସି ଚାଟକୁ ଷ୍ଟାର କରିବାକୁ ଅନୁମତି ଦିଏ ହ୍ୱାଟସଆପ୍ । ଏହା ଉପଭୋକ୍ତାମାନଙ୍କୁ ନିର୍ଦ୍ଧିଷ୍ଟ ଚାଟ୍ ବୁକମାର୍କ କରିବାକୁ ଅନୁମତି ଦିଏ ଯାହା ପରେ ଚାଟକୁ ପୁନର୍ବାର ସେମାନଙ୍କୁ ରେଫର୍ କରିବାକୁ ସହଜ କରିଥାଏ । ତେବେ ଏହି ଫିଚର ସିଗନାଲରେ ଉପଲବ୍ଧ ନାହିଁ ।
କଣ୍ଟାକ୍ଟ ସେଭ୍ କରିବା ପାଇଁ QR Code ସେୟାର
ବ୍ୟବହାରକାରୀଙ୍କୁ QR Code ସେୟାର କରି କଣ୍ଟାକ୍ଟ ସେଭ୍ କରିବାକୁ ଅନୁମତି ଦେଇଥାଏ ହ୍ୱାଟସ ଆପ୍ । କିନ୍ତୁ ଏହି ସୁବିଧା ସିଗନାଲରେ ଉପଲବ୍ଧ ନାହିଁ ।
ଷ୍ଟାଟସ ଅପଡେଟ
ବ୍ୟବହାରକାରୀ ହ୍ୱାଟସଆପରେ ଫଟୋ, ଟେକ୍ସଟ, ଭିଡିଓ ଏବଂ ଜିଆଇଏଫ ଷ୍ଟାଟସ୦ ଅପଡେଟ କରନ୍ତି ଯେହେକି ୨୪ ଘଣ୍ଟା ପାଇଁ ରହିଥାଏ । କିନ୍ତୁ ସିଗନାଲ ଆପରେ ଷ୍ଟାଟସ ଅପଡେଟ କରିବା ଭଳି ଫିଚର ଉପଲବ୍ଧ ନାହିଁ ।
କଷ୍ଟମାଇଜ ୱାଲପେପର
ନିକଟରେ ହ୍ୱାଟସଆପ କଷ୍ଟମାଇଜ ୱାଲପେପର ଫିଚର ଲଞ୍ଚ କରିଛି । ଏହା ସାହାଯ୍ୟରେ ବ୍ୟବହାରକାରୀମାନେ ବିଭିନ୍ନ ଚାଟ ପାଇଁ ଭିନ୍ନ ଭିନ୍ନ ୱାଲପେପର ସେଟ କରିପାରିବେ । କିନ୍ତୁ ଏହି ଫଚର ମଧ୍ୟ ସିଗନାଲ ଆପରେ ଉପଲବ୍ଧ ନାହିଁ ।
ହ୍ୱାଟସଆପ ପେମେଣ୍ଟ
୨୦୨୦ ମସିହାରେ ହ୍ୱାଟସଆପ ପେମେଣ୍ଟ ଫିଚର ଆସିଥିଲା । ଏହା ବ୍ୟବହାରକାରୀଙ୍କୁ ପିଅର ଟୁ ପିଅର ପେମେଣ୍ଟର ସୁବିଧା ଦେଇଛି । ବ୍ୟବହାରକାରୀ ଏଥିରେ ନିଜ ବ୍ୟଙ୍କ ଆକାଉଣ୍ଟ ଆଟାଚ କରିପାରିବେ । କିନ୍ତୁ ଏହି ସୁବିଧା ସିଗନାଲ ଆପରେ ଉପଲବ୍ଧ ନାହିଁ ।
ଗ୍ରୁପ କଲିଂ
ଏକରୁ ଅଧିକ ଜଣଙ୍କୁ କଲ କରିବାର ସୁବିଧା ହ୍ୱାଟସଆପରେ ରହିଛି ଯାହାକି ସିଗନାଲ ଆପରେ ଉପଲବ୍ଧ ନାହିଁ ।
ଲାଇଭ ଲୋକେସନ ସେୟାରିଂ
ହ୍ୱାଟସ୍ ଆପରେ ଉପଭୋକ୍ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସେମାନଙ୍କର ଲାଇଭ ଲୋକେସନ ସେୟାର କରିବାର ଅନୁମତି ଦେଇଥାଏ । କିନ୍ତୁ ସିଗନାଲ୍ ଉପଭୋକ୍ତାମାନଙ୍କୁ ସେମାନଙ୍କ ଲାଇଭ୍ ଲୋକେସନ ସେୟାର କରିବାର ଅନୁମତି ଦିଏ ନାହିଁ ।
ଅନଲାଇନ ସୋ’ କରିବା
ହ୍ୱାଟସଆପରେ କେଉଁ କଣ୍ଟାକ୍ଟ ଅନଲାଇନ ଅଛି ତାହା ଆମେ ଜାଣିପାରିଥାଉ କିନ୍ତୁ ଏହି ଫିଚର ସିଗନାଲ ଆପରେ ଉପଲବ୍ଧ ନାହିଁ ।
ଡେସ୍କଟପରେ ବ୍ରାଉଜର୍ ସମର୍ଥନ
ସିଗନାଲ୍ ଆପ୍ ଉପଭୋକ୍ତାଙ୍କୁ ଏକକ ଆକାଉଣ୍ଟ୍ ସହିତ ଡିଭାଇସ୍ ଲିଙ୍କ୍ କରିବାକୁ ଅନୁମତି ଦିଏ, କିନ୍ତୁ ଏହା ଇଣ୍ଟରନେଟ୍ ବ୍ରାଉଜରରେ ବ୍ୟବହାରକାରୀଙ୍କୁ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁମତି ଦିଏ ନାହିଁ । ଏହାର ଅର୍ଥ ହେଉଛି ଉପଭୋକ୍ତାମାନୁ ସିଗନାଲ୍ ଆକାଉଣ୍ଟ୍ ବ୍ୟବହାର କରିବା ପାଇଁ ପୃଥକ ଭାବରେ ଡିଭାଇସରେ ପ୍ରୋଗ୍ରାମ ଡାଉନଲୋଡ୍ କରିବାକୁ ପଡ଼ିବ ।