ଜାଡ଼ ସାଙ୍ଗକୁ ପ୍ରବଳ ବର୍ଷା, ତଥାପି ଜାରି ରହିଛି କୃଷକଙ୍କ ଆନ୍ଦୋଳନ
1 min readନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ଦାବି ପୂରଣ ନହେବା ଯାଏଁ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଏବେ ପରୀକ୍ଷା ନେଉଛି ବର୍ଷା । ପ୍ରବଳ ଜାଡ଼ ସାଙ୍ଗକୁ ଲଗାତାର ବର୍ଷା ଯୋଗୁଁ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଚାଷୀ ।
ଦିଲ୍ଲୀର ଭିନ୍ନ ଭିନ୍ନ ବର୍ଡରରେ ଡେରା ପକାଇଥିବା କୃଷକଙ୍କ ପାଇଁ ସେତେବେଳେ ସମସ୍ୟା ଉପୁଜିଥିଲା ଯେତେବେଳେ ଆଜି ସକାଳେ ପୁଣି ବର୍ଷା ହୋଇଥିଲା । ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ କିଛି କୃଷକ ଟେଣ୍ଟ ତଳେ ପହଞ୍ଚିଥିଲେ । ପ୍ରବଳ ଥଣ୍ଡା ସାଙ୍ଗକୁ ଏଭଳି ବର୍ଷା ଚାଷୀଙ୍କ ସମସ୍ୟା ଆହୁରି ବଢ଼ାଇଦେଇଛି । ଏଭଳି ସମୟରେ କିଛି କୃଷକ ତ ବର୍ଷା ଓଦା ହୋଇ ଏହି ଆଇନ ରଦ୍ଧ କରିବାକୁ ଦାବି କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
गाज़ीपुर (दिल्ली-यूपी) बॉर्डर पर ठंड और बारिश के बीच भी कृषि कानूनों के खिलाफ विरोध प्रदर्शन जारी है। किसानों को यहां प्रदर्शन करते हुए आज 37 दिन हो गए हैं।
एक प्रदर्शनकारी ने बताया, "तिरपाल और जो कुछ भी हम लेकर आए हैं उसी से ठंड और बारिश से अपना बचाव कर रहे हैं।" pic.twitter.com/5N6ovddF7G
— ANI_HindiNews (@AHindinews) January 3, 2021
ସରକାର କାଲି ଦାବି ମାନିନେବେ ବୋଲି ଆଶାବାଦୀ
କୃଷକ ଆଇନ ବିରୋଧୀ ଆନ୍ଦୋଳନ ଆଜି ୩୮ ଦିନରେ ପହଞ୍ଚିଛି । ବର୍ଷା ଯୋଗଁ କୃଷକଙ୍କୁ ଶୋଇବା ପାଇଁ ପ୍ରସ୍ତୁତ କରାଯାଇଥିବା ଟେଣ୍ଟ, କପଡ଼ା, ଟ୍ରୋଲି ଉପରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ଟେଣ୍ଟ ମଧ୍ୟ ଓଦା ହୋଇଯାଇଛି । ବର୍ଷା ଏବଂ ଥଣ୍ଡା ମଧ୍ୟରେ ଗାଜିପୁର(ଦିଲ୍ଲୀ-ୟୁପି ବର୍ଡର) ଉପରେ କୃଷକଙ୍କ ଧାରଣା ଜାରି ରହିଛି । ଆମେ ଏଭଳି ପ୍ରତିକୂଳ ପରିସ୍ଥିତିରେ ପ୍ରଦର୍ଶନ ଜାରି ରଖିଛୁ ଆଶା କରୁଛି ସରକାର ଆମ ଦାବି ମାନିନେବେ ।