spot_img

Latest Posts

ମହଙ୍ଗା ପଡ଼ିଲା ପ୍ରେମ ପ୍ରସ୍ତାବ, ୬୫୦ ଫୁଟ ତଳକୁ ଖସିପଡ଼ିଲେ ଯୁବତୀ

ନୂଆଦିଲ୍ଲୀ: ପ୍ରେମ ଶାଶ୍ୱତ ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା। ସାରା ଜୀବନ ଦୁହେଁ ଦୁହିଁଙ୍କ ସାଙ୍ଗରେ ରହିବାର ପ୍ରତିଶ୍ରୁତି ସବୁଠାରୁ ନିଆର। ତୁମେ ଭଲ ପାଉଥିବା ମଣିଷଟିଏ ଯଦି ତୁମକୁ ଜୀବନ ସାଥି ହେବାର ପ୍ରସ୍ତାବ ଦିଅନ୍ତି ତେବେ ଆକାଶରୁ ଜହ୍ନ ଆସି ଆଞ୍ଜୁଳାରେ ପଡ଼ିଗଲା ଭଳି ଲାଗେ। ଘନ ଅନ୍ଧାରରେ ସୁନ୍ଦର ସ୍ୱପ୍ନଟେ ପୁରଣ ହେଲାଭଳି ମନେହୁଏ। ଆଉ ଏହି ମୁହୂର୍ତ୍ତକୁ ଦୁହେଁ ପ୍ରେମର ପଞ୍ଜୁରିରେ ବନ୍ଦୀ କରି ରଖିବାକୁ ଭୁଲନ୍ତି ନାହିଁ। ପ୍ରେମର ପ୍ରସ୍ତାବ ଦେବା ସମୟକୁ ଅଧିକ ଆକର୍ଷଣୀୟ କରିବା ପାଇଁ କିଏ ଆକାଶରେ ପ୍ଲାନ କରେ ତ କିଏ ଉଚ୍ଚ ପାହାଡ଼ରେ କରେ। କିନ୍ତୁ ବେଳେ ବେଳେ ପ୍ରେମରେ ଅଧିକ ଖୁସିର ପରିଣାମ ଏତେ ଭୟଙ୍କର ହୋଇପାରେ, ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ହେଲେ ଯଦି ଭଲପାଇବା ଚିରନ୍ତନ ତେବେ ଯେତେ ଝଡ଼ଝଞ୍ଜା ଆସିଲେ ମଧ୍ୟ ତୁମକୁ କେହି ଅଲଗା କରିପାରିବେ ନାହିଁ ।

ଅଷ୍ଟ୍ରିଆର ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଜୀବନ ସାଥିର ପ୍ରସ୍ତାବ ଦେବା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରେମିକଟେ ପ୍ରେମିକାକୁ ପ୍ରେମଭରା ପ୍ରସ୍ତାବ ଦେବା ସମୟରେ ପ୍ରେମିକା ବହୁତ ଖୁସି ହୋଇଯାଇଥିଲା । ପ୍ରେମିକା ପ୍ରସ୍ତାବ ପାଇ ଏତେ ଖୁସି ହୋଇଥିଲାଯେ ଗୋଡ଼ ଖସିଯିବା କାରଣରୁ ପାହାଡ଼ରୁ ୬୫୦ ଫୁଟ ତଳକୁ ଖସିଯାଇ ଏକ ପଥର ଉପରେ ପଡ଼ିଯାଇଥିଲା । ଏହି ଘଟଣା ଅଷ୍ଟ୍ରିଆର କାରିନ୍ଥିଆ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଯେଉଁଠାରେ ଏକ ଦମ୍ପତିଙ୍କ ପ୍ରେମର ଏହି ମୁହୂର୍ତ୍ତ ଏକ ଦୁଃସ୍ୱପ୍ନରେ ପରିଣତ ହୋଇଛି । ୨୭ ବର୍ଷିୟ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ କାରିନ୍ଥିଆରେ ପ୍ରେମ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ ମହିଳାଙ୍କ ପ୍ରସ୍ତାବ ଗ୍ରହଣ କରିବା ପରେ ଫାଲକାର୍ଟ ପର୍ବତରୁ ତଳେ ବରଫ କାରଣରୁ ଗୋଡ଼ ଖସିପଡ଼ିଥିଲେ। ଏହି ଘଟଣା ନୂଆ ବର୍ଷର ଠିକ୍‌ ୩ ଦିନ ପୂର୍ବରୁ ଘଟିଥିଲା। ପ୍ରେମିକ ଦମ୍ପତି ଗୋଟିଏ ଦିନ ପୂର୍ବରୁ ପର୍ବତ ଉପରକୁ ଟ୍ରେକିଂ କରିବାକୁ ଆସିଥିଲେ।

ସବୁଠାରୁ ବଡ଼ କଥା ହେଉଛି ୬୫୦ ଫୁଟ ତଳକୁ ଖସିଯିବା ପରେ ମଧ୍ୟ ଝିଅଟି ବଞ୍ଚି ଯାଇଥିଲା। କାରଣ ପ୍ରବଳ ତୁଷାରପାତ ହେତୁ ତଳେ ଅଧିକ ବରଫ ଜମିଥିଲା। ଯେଉଁଥିପାଇଁ ତାଙ୍କୁ ଅଧିକ ଆଘାତ ଆସିନଥିଳା। ଯୁବକ ଜଣକ ମଧ୍ୟ ତାଙ୍କ ପ୍ରେମିକାକୁ ବଞ୍ଚାଇବାକୁ ଡେଇଁପଡ଼ିଥିଲେ କିନ୍ତୁ ସୌଭାଗ୍ୟବସତଃ ସେ ମଧ୍ୟ ବଞ୍ଚିଯାଇଥିଲେ। ତେବେ ଏହି ସମୟରେ ପୁଅର ଗୋଡ଼ ଭାଙ୍ଗି ଯାଇଥିଲା।

ସୂଚନା ଅନୁଯାୟୀ, ମହିଳା ଜଣକ ପର୍ବତରୁ ଖସି ପଡ଼ିବା ପରେ ଏକ ହ୍ରଦ ନିକଟରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ଜଣେ ପର୍ଯ୍ୟଟକ ତାଙ୍କୁ ଦେଖିବା ପରେ ସୁରକ୍ଷା କର୍ମୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ଉଭୟ ପ୍ରମିଯୁଗଳଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା।

Latest Posts

Don't Miss