spot_img

Latest Posts

ଇସଲାମବାଦରେ ତିଆରି ହେବ ପ୍ରଥମ ହିନ୍ଦୁ ମନ୍ଦିର: ପୂଜା ପାଇବେ ଭଗବାନ କୃଷ୍ଣ

ଇସଲାମବାଦ: ମୁସଲମାନ ରାଷ୍ଟ୍ରରେ ତିଆରି ହେବ ହିନ୍ଦୁ ଦେବତାଙ୍କ ମନ୍ଦିର। ପାକିସ୍ତାନରେ ପୂଜାପାଇବେ ଭଗବାନ କୃଷ୍ଣ। ଇସଲାମାବାଦର H-9 ପ୍ରଶାସନିକ ଅଞ୍ଚଳରେ 20 ହଜାର ବର୍ଗଫୁଟ ଅଞ୍ଚଳରେ କୃଷ୍ଣ ମନ୍ଦିର ନିର୍ମାଣ ହେବ। ଏ ନେଇ ପାକିସ୍ତାନର କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି ବିଜ୍ଞପ୍ତି ଜାରି କରିଛି।

ସୂଚନା ଅନୁଯାୟୀ ଭଗବାନ କୃଷ୍ଣଙ୍କ ମନ୍ଦିର ସହ ସେଠାରେ ଶ୍ମଶାନ ଓ ଅନ୍ୟାନ୍ୟ ଧାର୍ମିକ କାଯ୍ୟ ପାଇଁ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପାକିସ୍ତାନ ସରକାର ଅନୁମତି ଦେଇଛନ୍ତି। ଛଅ ମାସ ପୂର୍ବେ ଇସଲାମିକ ମୌଳିକବାଦୀଙ୍କ ଚାପ ଯୋଗୁଁ ହିନ୍ଦୁମାନଙ୍କର ପୂଜାପାଠ ସ୍ଥାନ ନିର୍ମାଣ ବନ୍ଦ ହୋଇଯାଇଥିଲା। ତେବେ ପାକିସ୍ତାନ ସରକାର ପୁଣିଥରେ ଏହି ମନ୍ଦିର ନିର୍ମାଣ କାର୍ଯ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମନ୍ଦିର ନିର୍ମାଣ ପାଇଁ ଜମି ବଣ୍ଟନ କରିବା ସହ  ମନ୍ଦିର ନିର୍ମାଣ ପାଇଁ ଦଶ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ତେବେ ପାକିସ୍ତାନରେ ମନ୍ଦିର ନିର୍ମାଣରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସିଆଇଆଇ କହିଛି।

Latest Posts

Don't Miss