spot_img

Latest Posts

ହାଡ଼ଭଙ୍ଗା ଶୀତରେ ହକ୍ ପାଇଁ ଲଢ଼େଇ, ୨୭ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ୨୭ ଦିନ ଧରି ହାଡ଼ଭଙ୍ଗା ଶୀତରେ ହକ୍ ପାଇଁ ରାସ୍ତା ଉପରେ ବସିଛନ୍ତି ଅନ୍ନଦାତା। ଦାବି ପୂରଣ ହେଉନି, କି ସମସ୍ୟାର ସମାଧାନ ବି ହେଉନି। ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ସଜବାଜ ହେଉଛନ୍ତି ଚାଷୀ। ଚାଷୀଙ୍କ ଗୋଟିଏ ଦାବି ସରକାର ନୂଆ କୃଷି ଆଇନ୍ ଫେରାଇ ନିଅନ୍ତୁ , ନ ହେଲେ ଆହୁରି ଜୋରଦାର ହେବ ଆନ୍ଦୋଳନ।

ଆନ୍ଦୋଳନରତ ଚାଷୀମାନଙ୍କୁ ସମର୍ଥନ ଜଣାଇ ତାମିଲନାଡୁରୁ ବାହାରିବ ଚାଷୀଙ୍କ ଏକ ବିଶାଳ ଟ୍ରାକ୍ଟର ରାଲି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ନେଇ ଆଜି ଚାଷୀ ସଂଗଠନର ବୈଠକ ମଧ୍ୟ ବସିବ। ବୈଠକ ପରେ ସରକାରଙ୍କ ସହ ଆଲୋଚନା କରାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ ଚାଷୀ। ସେପଟେ ବିରୋଧି ଚାଷୀଙ୍କ ସ୍ୱରରେ ସ୍ୱର ମିଳାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ ଚାଷୀ ଆଇନ୍ ବିରୋଧରେ ଆର ପାର ଲଢେଇ ଜାରି ରଖିଛନ୍ତି ଚାଷୀ। ହକ୍ ପାଇଁ ୨୭ ଦିନ ଧରି ଚାଲିଛିଲାଣି ଆନ୍ଦୋଳନ। ନୂଆ କୃଷି ଆଇନ୍ ଚାଷୀ ବିରୋଧି, ଏହା ଦ୍ୱାରା ଚାଷୀ କ୍ଷତିରେ ପଡ଼ିବେ, ପୂର୍ବପରି ଆଉ ଏମଏସପିରେ ସୁବିଧା ମିଳିବ ନାହିଁ, ମଣ୍ଡି ବ୍ୟବସ୍ଥାରେ ମଧ୍ୟ ଚାଷୀମାନେ ଶୋଷଣ ହେବେ ଓ ବଡ଼ ବଡ଼ ବ୍ୟବସାୟୀମାନେ ଏଥିରେ ଲାଭବାନ ହେବେ ବୋଲି ଅଭିଯୋଗ ଆଣି ନୂଆ କୃଷି ଆଇନ୍ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଲକ୍ଷ ଲକ୍ଷ ଚାଷୀ।

Latest Posts

Don't Miss