spot_img

Latest Posts

ଆଜି ଚାଷୀ ସଙ୍ଗଠନର ବୈଠକ: କ’ଣ ରହିବ ଆଗାମୀ ରଣନୀତି?

ନୂଆଦିଲ୍ଲୀ: ୨୦ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ। ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଚାଷୀ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରେ ବସିଛନ୍ତି ଚାଷୀ।  ଆଗାମି ଦିନରେ କଣ ହେବ ଚାଷୀଙ୍କ ରଣନୀତି, କିଭଳି ସରକାରଙ୍କ ନିକଟରେ ନିଜର ଦାବି ରଖିାଯିବ ସେ ନେଇ ଆଜି ବିଭିନ୍ନ ଚାଷୀ ସଙ୍ଗଠନର ବୈଠକ ହେବାକୁ ଯାଉଛି।

ବୈଠକ ପରେ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚାଷୀମାନେ ସେମାନଙ୍କ ରଣନୀତି ସମ୍ପର୍କରେ ଅବଗତ କରାଇବେ।  ଦିଲ୍ଲୀ-ହରିୟାଣା ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନ ଏବେ ଜିଲ୍ଲା ସ୍ତରରେ ପହଞ୍ଚିଛି।  ବିଭିନ୍ନ ରାଜ୍ୟର କୃଷି ସଙ୍ଗଠନଙ୍କ ସହ ସରକାରଙ୍କ ଆଲୋଚନା ଜାରି ରହିଛି।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟର କୁଚ୍‌ରେ ଚାଷୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ଚାଷୀ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରି।  ଚାଷୀମାନେ ସରକାରଙ୍କ ସହ ଆଲୋଚନା କରିବା ପାଇଁ ସେ ଅପିଲ କରିଛନ୍ତି। ସେ କହିଛନ୍ତି ଯେ ଚାଷୀମାନେ ବୁଝିବା ଦରକାର ଏ ଆଇନ୍ ତାଙ୍କ ହିତ ପାଇଁ ଆସିଛି। ମୋଦି ସରକାର ସବୁବେଳେ ଚାଷୀଙ୍କ ସହ ଛିଡ଼ା ହୋଇଛନ୍ତି। ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ।

Latest Posts

Don't Miss