୯୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ୍

1 min read

ନୁଆପଡା:  ନୂଆପଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଦାଦନ ଶ୍ରମିକଙ୍କୁ ଚାଲାଣ କରାଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଛି ପୋଲିସ । ୨୪ ଶିଶୁଙ୍କ ସମେତ ୯୭ ଦାଦନ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଜିଲ୍ଲା ପୋଲିସ ଓ ଶ୍ରମ ବିଭାଗ  । ଏମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା  ।

ଉଦ୍ଧାର ହୋଇଥିବା ଶ୍ରମିକମାନେ ନୂଆପଡ଼ା ଏବଂ ବଲାଙ୍ଗିର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି  । ସୂଚନା ଅନୁଯାୟୀ, ଏହି ଶ୍ରମିକ ମାନେ କଣ୍ଟାବାଞ୍ଜି ରେଲଓ୍ବେ ଷ୍ଟେସନରୁ ହାଇଦ୍ରାବାଦଙ୍କୁ ଚାଲାଣ ହେଉଥିଲେ । ଏନେଇ ନୂଆପଡା ଏସପି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଙ୍କିଆ ପୋଲିସ୍‌କୁ ଖବର ଦେଇଥିଲେ ।

ତେବେ ଜଙ୍କିଆ ପୋଲିସର ଏକ ଟିମ୍‌ ଖରିଆର ରୋଡ୍ ରେଲଓ୍ବେ  ଷ୍ଟେସନରୁ ୨୪ ଶିଶୁଙ୍କ ସମେତ ୯୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପରେ ଜଙ୍କିଆ ପୋଲିସ ଶ୍ରମବିଭାଗକୁ ଜଣାଇବା ପରେ ମିଳିତଭାବରେ ତଦନ୍ତ ଜାରି ରହିଥିବା ଜଣାପଡିଛି।

  ')}

Leave a Reply