ଗଞ୍ଜାମ: ବୃଦ୍ଧ ଜଣଙ୍କୁ ବୟସ ୯୫ ବର୍ଷ । କିନ୍ତୁ ବୟସ ଅପରାହ୍ନରେ ହାର ମାନିଛି କରୋନା । ଅହରହ କରୋନା ସହ ମନୋବଳକୁ ଦୃଢ଼ ରଖି ସଂଘର୍ଷ କରିଛନ୍ତି ବୃଦ୍ଧ ବ୍ୟକ୍ତି । ସଂଘର୍ଷ ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜୀବନରେ କାରୋନା ଅସ୍ତ ହୋଇ ନୂଆ ସୂର୍ଯ୍ୟ ଉଦୟ ହୋଇଛି । ତାଙ୍କ ଘର ହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ିରେ । ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କର ନାମ ହେଉଛି ଉଦୟନାଥ ବିଷୋଇ ।
Congratulations to nonagenarian Udayanath Bisoyi from Ganjam district on successfully winning the battle against #COVID19. Your win will inspire others to stay strong as #Odisha fights this pandemic.#OdishaFightsCorona https://t.co/mBRBvw5zp3
— CMO Odisha (@CMO_Odisha) July 21, 2020
ସେ ସୁସ୍ଥ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣକୁ ଅନେକ ଅନେକ ଶୁଭେଚ୍ଛା । କାରଣ ତୁମେ କରୋନା ବିରୁଦ୍ଧରେ ଏକ ବଡ଼ ଯୁଦ୍ଧ ଜିତିଛ । ଆପଣ ଅନ୍ୟ କରୋନା ରୋଗୀ ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ଆପଣଙ୍କୁ ଦେଖି ଅନ୍ୟ ରୋଗୀ ମାନଙ୍କ ମନରେ କରୋନା ସହ ଲଢ଼ିବା ପାଇଁ ମନରେ ଦୃଢ଼ ଶକ୍ତି ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Udayanath Bisoyi.. age 95 years. From Sarabadi, chakunda village, Surada Block successfully fought the covid battle. Discharged from Tata hospital on 18th July. This is the unique example of efforts of our doctors, also we salute this COVID HERO. @CMO_Odisha @HFWOdisha pic.twitter.com/JYqmDHGy8A
— Collector & District Magistrate, Ganjam (@Ganjam_Admin) July 20, 2020
ସୂଚନା ଅନୁଯାୟୀ, ସୁସ୍ଥ ବ୍ୟକ୍ତି ଉଦୟନାଥ ବିଷୋଇ କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତ ହେବା ପରେ ତାଙ୍କୁ ଗଞ୍ଜାମର ଶିତଳାପଲ୍ଲୀ ସ୍ଥିତ ଟାଟା କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ସେ ଗତ ୧୮ ତାରିଖରେ ଘରକୁ ଡିଶ୍ଚାର୍ଯ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ କରି କହିଛନ୍ତି । କୁଲାଙ୍ଗେ ଏଥିପାଇ ସମସ୍ତ ଶ୍ରେୟ କେବଳ ଡାକ୍ତର ମାନଙ୍କୁ ଦେଇଛନ୍ତି । କେବଳ ଡାକ୍ତର ମାନଙ୍କର ପ୍ରୟାସ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ଜିଲ୍ଲାପାଳ କୁଲାଙ୍ଗେ କହିଛନ୍ତି । ।

