ପୁଣି ମାତିଲା କୋଭିଡ, ଜାହାଜରେ ୮୦୦ ଯାତ୍ରୀଙ୍କୁ କଲା ଆକ୍ରାନ୍ତ
1 min read
ସିଡନୀ: ପୁଣି ବିପତ୍ତି ଆଣିଲା କୋଭିଡ । ଅଷ୍ଟ୍ରେଲିଆର ଏକ କ୍ରୁଜ ଜାହାଜରେ ମାତିଲା ଭାଇରସ । ସିଡନୀରେ ଅଟକିଥିବା କାର୍ନିଭାଲ ଅଷ୍ଟ୍ରେଲିଆର ମାଜେଷ୍ଟିକ ପ୍ରିନସେସ କ୍ରୁଜ ସିପରେ ୮୦୦ ଯାତ୍ରୀଙ୍କୁ କୋଭିଡ । ଏତେ ସଂଖ୍ୟାରେ ପଜିଟିଭ ମାମଲା ସାମନାକୁ ଆସିଥିବା ସୂଚନା ଦେଇଛନ୍ତି ଗୃହ ବ୍ୟାପାର ମନ୍ତ୍ରୀ କ୍ଲେୟାର ଓ’ ନିଲ୍ । କୋଭିଡର ପୁନଃଆଗମନ ନେଇ ସତର୍କ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି ।
ନ୍ୟୁ ସାଉଥ ଓ୍ବେଲସ ଷ୍ଟେଟରେ ଥିବା ଏହି ଜାହାଜରେ ଏକାଥରକେ ୮୦୦ ଯାତ୍ରୀ ସଂକ୍ରମିତ ହେବା ପରେ ବଢିଛି ଚିନ୍ତା । ଅତ୍ୟଧିକସ୍ତରୀୟ ସଂକ୍ରମଣ ଯୋଗୁ ଟାୟର-୩ ସତର୍କତା ଅବଲମ୍ବନ କରାଯାଇଛି । ଗତ ୨୦୨୦ରେ ରୁବି ପ୍ରିନସେସ କ୍ରୁଜ ସିପରେ ବି ବହୁ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ନ୍ୟୁ ସାଉଥ ଓ୍ବେଲସରେ ହୋଇଥିବା ସଂକ୍ରମଣରେ ୯୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପ୍ରାଣ ହରାଇଥିଲେ ୨୮ ଜଣ ।