ବନ୍ୟାସ୍ଥିତି ଉପରେ ନଜର ରଖିବେ ୮ ବରିଷ୍ଠ ଯନ୍ତ୍ରୀ

1 min read

ଭୁବନେଶ୍ୱର: ବନ୍ୟାସ୍ଥିତି ଉପରେ ନଜର ରଖିବେ ୮ ବରିଷ୍ଠ ଯନ୍ତ୍ରୀ । SRC ଏହି ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀରେ ବନ୍ୟାକୁ ଦେଖି ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀଙ୍କୁ ଦାୟିତ୍ୱ  ଦିଆଯାଇଛି । ଚିନ୍ମୟ ରଞ୍ଜନ ରାଉତଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଭାର୍ଗବୀ ଓ ଦୟା ବନ୍ୟା ସ୍ଥିତି ଉପରେ ନଜର ରଖିବେ ଚିନ୍ମୟ । ଆର୍ତ୍ତତ୍ରାଣ ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଲୁଣା ଓ କରାଣ୍ଡିଆ ବନ୍ୟାସ୍ଥିତି ଉପରେ ସେ ନଜର ରଖିବେ । ବିଘ୍ନରାଜ ପୁରୋହିତ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତୀକ ଦୀକ୍ଷିତ କଟକ ମହାନଦୀ ବ୍ୟାରେଜ ଉପରେ ରଖିବେ ନଜର ।

ସେହିପରି ଶକ୍ତି ପ୍ରସାଦ ଦାଶ ନୃତ୍ତାଙ୍ଗ ଅଞ୍ଚଳରେ ନଜର ରଖିବେ । ହିମାଂଶୁ କୁମାର ଜେନା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ରାଜୁଆ ନଦୀ ବନ୍ୟାଜଳ ଉପରେ ନଜର ରଖିବେ ଏନ. ଏସ. କେ. ଚୌଧୁରୀ । ତନୁଜ କିଶୋର ରାଉତ ସାକ୍ଷୀଗୋପାଳ ଅଞ୍ଚଳରେ ବନ୍ୟାସ୍ଥିତି ଅନୁଧ୍ୟାନ କରିବେ । ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।