ରାଜ୍ୟରେ କରୋନାରେ ଆଉ ୮ ଜଣଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ୧୯୭୩କୁ ବୃଦ୍ଧି
1 min readଭୁବନେଶ୍ୱର: କରୋନା ସଂକ୍ରମଣ ମାମଲା ବଢ଼ୁଛି । ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ଲାଗି ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କରୋନାରେ ବାଲେଶ୍ୱରରୁ ଜଣେ, ବଲାଙ୍ଗିରରୁ ଜଣେ, ଗଞ୍ଜାମରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣଙ୍କର ମୃତ୍ୟୁ ହୋଇଛି ।
ବାଲେଶ୍ୱର ଜିଲ୍ଲାରେ ମୋଟ ୧୩ ହଜାର ୭୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏଯାବତ୍ କରୋନାରେ ୯୭ ଜଣଙ୍କ ମୃତ୍ୟୁ ହେଲାଣି । ଜିଲ୍ଲା ଏବେ କରୋନାର ଅରେଞ୍ଜ ଜୋନରେ ରହିଛି । ରେଡ୍ ଜୋନରେ ଥିବା ବଲାଙ୍ଗି ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୧୫୭୦ଟି ସକ୍ରିୟ ମାମଲା ରହିଛି ।
3.A 59 years old male of Bhubaneswar who was also suffering from Diabetes Mellitus.
4.A 75 years old female of Ganjam district.
5.A 50 years old male of Ganjam district.
6.A 42 years old female of Kandhamal district.
7.A 56 years old male of Kalahandi district.
— H & FW Dept Odisha (@HFWOdisha) April 23, 2021
ଅରେଞ୍ଜ ଜୋନରେ ଥିବା ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ହୋଇଥିବା ୨ କରୋନା ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୨୫୫କୁ ବୃଦ୍ଧି ପାଇଛି । ରେଡ୍ ଜୋନରେ ଥିବା କଳାହାଣ୍ଡିରେ କରୋନା ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୨୩୭୮ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।
ସେହିଭଳି କନ୍ଧମାଳ ଜିଲ୍ଲାରେ କୋଭିଡ୍ ମୃତକଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୧୮୮ଟି ସକ୍ରିୟ ମାମଲା ରହିଛି । ସଂକ୍ରମଣରେ ରାଜ୍ୟର ଚିନ୍ତା ବଢ଼ାଇଥିବା ରେଡ୍ ଜୋନ୍ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୬ ହଜାର ୬୯୭ଟି ସକ୍ରିୟ ମାମଲା ରହିଛି ।
ଏଥିସହ ପଢ଼ନ୍ତୁ- ସବୁ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୬ ହଜାର ୨୧୫ ପଜିଟିଭ୍ ଚିହ୍ନଟ