କମୁଛି ହୀରାକୁଦର ଜଳସ୍ତର, ବନ୍ଦ ହେଲା ୮ ଗେଟ୍

ଭୁବନେଶ୍ୱର: କମୁଛି ହୀରାକୁଦର ଜଳସ୍ତର। ଆଜି ବନ୍ଦ ହେଲା ହୀରାକୁଦର ୮ଟି ସ୍ଲୁଇସ୍ ଗେଟ୍ । ୩୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ କମିଛି ବନ୍ୟାଜଳ ପ୍ରବେଶର ମାତ୍ରା ଓ କମିଛି ଜଳ ଭଣ୍ଡାରର ଜଳସ୍ତର । ମଧ୍ୟାହ୍ନ ୧୨ଟା ସୁଦ୍ଧା ୬୨୪.୩୧ଫୁଟରେ ରହିଛି ହୀରାକୁଦ ଜଳସ୍ତର । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୬୩ ହଜାର ୭୭୧ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୩ ହଜାର ୬୫୪ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି ।