ବିରାଟଙ୍କ ସାଲାରୀରୁ କଟିଯିବ ୮ କୋଟି ଟଙ୍କା: କ’ଣ ରହିଛି ଏହା ପଛର କାରଣ?

ବର୍ତ୍ତମାନ ଆଇପିଏଲ ୨୦୨୫ ଜାରି ରହିଥିବା ବେଳେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସାଲାରୀରୁ ୮ କୋଟି ଟଙ୍କା କଟିଯିବ । ଏହି ଅର୍ଥ କଟିଯିବା ପରେ ଏବେ ବିରାଟ ମାତ୍ର ୧୩ କୋଟି ଟଙ୍କା ପାଇବେ । ଆଇପିଏଲ ୨୦୨୫ରେ ଆରସିବି ବିରାଟଙ୍କୁ ୨୧ କୋଟିରେ ରିଟେନ କରିଥିଲା । ତେବେ ୮ କୋଟି କଟିଯିବା ପରେ ଏବେ ବିରାଟ ମାତ୍ର ୧୩ କୋଟି ଟଙ୍କା ପାଇବେ । ଏହା ପଛର କାରଣ କ’ଣ ବୋଲି ଏବେ ବିରାଟଙ୍କ ଅଗଣିତ ଫ୍ୟାନ୍ସ ଏବେ ଜାଣିବାକୁ ଚାହିଁଛନ୍ତି ।

ଆଇପିଏଲରେ ବିରାଟଙ୍କ ଏକ ବଡ଼ ପ୍ରଭାବ ରହିଥିବାରୁ ଆରସିବି ତାଙ୍କୁ ୨୧ କୋଟିରେ ରିଟେନ କରିଥିଲା । ସେ ଆରସିବିରେ ଡେବ୍ୟୁ କରିଥିବା ବେଳେ ବର୍ଷକୁ ବର୍ଷ ତାଙ୍କର ସାଲାରୀରେ ବୃଦ୍ଧି ଘଟିଥିଲା । ଅନ୍ୟ କୌଣସି ଫ୍ରାଞ୍ଚାଇଜି ତରଫରୁ ଖେଳିବା ନେଇ ବିରାଟଙ୍କୁ ଛାଡ଼ିନଥିଲା ଆରସିବି । ପ୍ରକୃତ କଥା ହେଉଛି, ଇନକମ ଟ୍ୟାକ୍ସ ଆକ୍ଟ, ୧୯୬୧ର ନିୟମ ମୁତାବକ, ଆଇପିଏଲର ରୋଜଗାର ’ବିଜିନେସ ବା ପ୍ରୋଫେସନରୁ ହେଉଥିବା ଆୟ’ ଭାବେ ଗଣାଯାଇଥାଏ । ଏହି ଇନକମ ସବୁଠାରୁ ଅଧିକ ଟ୍ୟାକ୍ସ ବ୍ରେକଟ ଅଧିନରେ ଆସିଥାଏ । ଏହାର ଅର୍ଥ ହେଉଛି କୋହଲିଙ୍କୁ ନିଜର ୨୧ କୋଟି ସାଲାରୀରୁ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ । କାରଣ ତାଙ୍କର ଇନକମ ୧୫ ଲକ୍ଷରୁ ଅଧିକ ରହିଛି । ଏହି ହିସାବରେ ୬.୩ କୋଟିର ଅଧିକ ଟ୍ୟାକ୍ସ ଆକାରରେ ଯିବ । ୫ ସେହିପରି କୋଟିରୁ ଅଧିକ ଇନକମ ହେଲେ ଟ୍ୟାକ୍ସ ଛଡ଼ା ୨୫ ପ୍ରତିଶତ ସରଚାର୍ଜ ଦେବାକୁ ପଡ଼ିଥାଏ । ସାଲାରୀରୁ ୧.୫୭୫ କୋଟି କଟିବ । ଏହାପରେ ଟୋଟାଲ ଟ୍ୟାକ୍ସରେ ତାଙ୍କୁ ୪ ପ୍ରତିଶତ ସେସ ଆକାରରେ ଅଲଗା ଭାବେ ୩୧ ଲକ୍ଷ ଦେବାକୁ ପଡ଼ିବ । ଏପରି ଭାବେ ବିରାଟଙ୍କ ସାଲାରୀରୁ ମୋଟ ୮.୧୮୫ କୋଟି ଟଙ୍କା କଟିଯିବା ପରେ ସେ ୧୨.୮୧୫ କୋଟି ଟଙ୍କା ପାଇବେ ।