ପ୍ରେରଣା ଦେଉଛି ‘ପ୍ରେରଣା ସମ୍ମାନ’, ୭୩୩ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମ୍ମାନିତ

1 min read

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ଭିନ୍ନକ୍ଷମ ପିଲାମାନଙ୍କର ସଫଳତାକୁ ପାଳନ କରିବା ଉଦ୍ଦେଶ୍ୟରେ ବୁଧବାର ଅପରାହ୍ଣରେ ସପ୍ତମ ପ୍ରେରଣା ସମ୍ମାନ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଯାଇଛି । ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରାଜ୍ୟର ୧୦ମ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ ଡକ୍ଟର ଶ୍ରୁତି ମହାପାତ୍ରଙ୍କ ଦ୍ୱାରା ସଂକଳ୍ପିତ ହୋଇଥିଲା । ଓଡିଶାରେ ଭିନ୍ନକ୍ଷମ ଛାତ୍ରମାନଙ୍କ ଭବିଷ୍ୟତ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏକକାଳୀନ ଛାତ୍ରମାନଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତାକୁ ଉନ୍ନତ କରିବା ପାଇଁ ଏହା ଏକ ପ୍ରୟାସ ।

୧୦ମ ଶ୍ରେଣୀରେ ଭଲ ମାର୍କ ରଖି ଆଜି ସେମାନେ ହଜାର ହଜାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆଶା ଏବଂ ପ୍ରେରଣା ପାଲଟିଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧ହଜାର ୬୭ଜଣ ଭିନ୍ନକ୍ଷମ ଛାତ୍ରଙ୍କୁ ପ୍ରେରଣା ସମ୍ମାନ ଏବଂ ୫୨୬ଜଣ ଜଣଙ୍କୁ ଛାତ୍ରବୃତ୍ତି ଏବଂ ସାଧାରଣ ସଚେତନତା ଶ୍ରେଣୀରେ ସମ୍ମାନିତ କରାଯାଇଛି।
ମୋ ସ୍କୁଲ୍ ଅଭିଯାନ ଅଧ୍ୟକ୍ଷା  ସୁସ୍ମିତା ବାଗଚି,  ଅନୁପମ ସାହା( ଆଇଏଏସ୍), ପଦ୍ମ ମହାନ୍ତି (ଆଇଏଫଏସ୍) ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ସ୍ୱାଭିମାନର ସିଇଓ ଡକ୍ଟର ଶ୍ରୁତି ମହାପାତ୍ର ଉପସ୍ଥିତ ରହି ମେଧାବୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ ।
ଏହି ଅବସରରେ ପାରା ଅଲିମ୍ପିଆନଙ୍କ ପ୍ରଦର୍ଶନକୁ ସୁସ୍ମିତା ବାଗଚି ଏହି ଉଚ୍ଚପ୍ରଶଂସା କରିଥିଲେ।ସେ ସଦ୍ୟସମାପ୍ତ ପାରା ଅଲମ୍ପିକ୍ର ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭାଗବତଙ୍କ କାହାଣୀ ବର୍ଣ୍ଣନା କରିଥିଲେ ।

ଉତ୍ସବରେ ୩୦ଟି ଜିଲ୍ଲାର ୭୩୩ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଯେଉଁମାନେ ୫୫ପ୍ରତିଶତ ରୁଅଧିକ ସ୍କୋର କରିଛନ୍ତି ସେମାନଙ୍କୁ ପ୍ରେରଣା ସମ୍ମାନ, ଯେଉଁ ଛାତ୍ରମାନେ ୬୫ପ୍ରତିଶତ ମାର୍କରୁ ଅଧିକ ସ୍କୋର କରିଛନ୍ତି ସେମାନଙ୍କୁ ମାସିକ ୧ହଜାର ଟଙ୍କା ବୃତ୍ତି ପାଇବେ। ଏହା ବ୍ୟତୀତ ଯେଉଁମାନେ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ସେମାନଙ୍କୁ ସ୍ୱର୍ଣ୍ଣପଦକ ଏବଂ ୩୦୦୦ଟଙ୍କାର ପୁସ୍ତକ, ଯେଉଁମାନେ ୮୦-୮୯ପ୍ରତିଶତ ନମ୍ବର ରଖିଛନ୍ତି ସେମାନଙ୍କୁ ରୌପ୍ୟପଦକ ଏବଂ ୫୦୦ ଟଙ୍କା ମୂଲ୍ୟର ପୁସ୍ତକ ଏବଂ ୭୫-୭୯ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବ୍ରୋଞ୍ଜପଦକ ସହ ୫ଶହ ଟଙ୍କା ମୂଲ୍ୟର ପୁସ୍ତକ ପ୍ରଦାନ କରାଯିବ ।

Leave a Reply