ଆଜି ପ୍ରଶଂସା ବଦଳରେ ଅପମାନ ପାଇବେ, କିଛି ଅଶୁଭ ଖବର ମନକୁ ଅଶାନ୍ତି ଆଣିଦେବ !

1 min read

ରାଶିଫଳ

୭ ଡିସେମ୍ବର, ୨୦୨୦ , ସୋମବାର

ମାର୍ଗଶିର କୃଷ୍ଣପକ୍ଷ,ସପ୍ତମୀ ତିଥି

ମଘା ନକ୍ଷତ୍ର ଦିନ ୨ଟା ୩୫ ପର୍ଯ୍ୟନ୍ତ ରହିବ

ଏହା ପରେ ପୂର୍ବାଫାଲଗୁନି ନକ୍ଷତ୍ର ଆରମ୍ଭ ହେବ

ସୂର୍ଯ୍ୟ ବିଛା ରାଶିରେ ଏବଂ ଚନ୍ଦ୍ର ସିଂହ ରାଶିରେ ଅବସ୍ଥାନ କରିବେ

ଯୋଗିନୀ ବାୟବ୍ୟକୁ ଯିବେ, ସନ୍ଧ୍ୟା ୬ଟା ୫୦ ପରେ ଐଶାନ୍ୟକୁ ଯିବେ

ପୁଷ୍କର ଦୋଷ ୧ ପାଦ ସନ୍ଧ୍ୟା ୬ଟା ୫୦ ମଧ୍ୟରେ

ପ୍ରତିକାର ପାଇଁ ସ୍ୱର୍ଣ୍ଣ ରକ୍ତ ପ୍ରବାଳ ଦାନ କରନ୍ତୁ

ଶୁଭ ସମୟ- ସକାଳ ୯ଟା ୦୫ ମଧ୍ୟରେ

ଶୁଭ ସମୟ-ଦିନ ୧୨ଟା ୪୫ ଠାରୁ ଦିନ ୨ଟା ୫୫ ମଧ୍ୟରେ

ଶୁଭ ସମୟ- ସନ୍ଧ୍ୟା ୭ଟା ୪୫ ରୁ ରାତି ୧୦ଟା ୧୩ ମଧ୍ୟରେ

ଅଶୁଭ ସମୟ- ସକାଳ ୭ଟା ୩୨ ରୁ ସକାଳ ୮ଟା ୫୪ ମଧ୍ୟରେ

ରାଶିଫଳ

ମେଷ-

ଅଶ୍ବିନୀ- ପାରିବାରିକ ତିକ୍ତତା ଦୁର ହେବାର ଯୋଗ ରହିଛି

ଦ୍ବିଜା-ସାମାନ୍ୟ କଥାରୁ ଦାମ୍ପତ୍ୟ ଜୀବନରେ ମତାନ୍ତର ହୋଇପାରେ

କୃତ୍ତିକା- ଗୋ-ସଂପଦ ଯେଉଁମାନଙ୍କର ଅଛି, ସେମାନେ ଲାଭରେ ରହିବେ

କିଛି କମଳା ଲେମ୍ବୁ ଦରିଦ୍ରକୁ ଦାନ କରନ୍ତୁ

ବୃଷ

କୃତ୍ତିକା- ଯେଉଁମାନେ ପୁଞ୍ଜି ନିବେଶ କରିଛନ୍ତି ସେମାନେ ଲାଭରେ ରହିବେ

ରୋହିଣୀ- କୌଣସି ନିଜ ଲୋକ ଦ୍ବାରା ଠକାମିରେ ପଡି ପାରନ୍ତି

ମୃଗଶିରା- କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦ୍ବାରା ପ୍ରଶଂସିତ ହୋଇପାରନ୍ତି

ଚାଉଳ କିମ୍ବା ଅଟା ଗୁଣ୍ଡରେ ହଳଦୀ ମିଶାଇ ସ୍ବସ୍ତିକ ଚିହ୍ନ ଆଙ୍କନ୍ତୁ

ମିଥୁନ

ମୃଗଶିରା- ବହୁ ଦିନରୁ ରହିଥିବା କାର୍ଯ୍ୟରେ ସଫଳତା ପାଇବେ

ଆର୍ଦ୍ରା- କିଛି ଅଶୁଭ ଖବର ମନକୁ ଅଶାନ୍ତି ଆଣିଦେବ

ପୁନର୍ବସୁ- ସନ୍ତାନଙ୍କର ସ୍ବାସ୍ଥ୍ୟ ଚିନ୍ତା ଦୁର ହେବ

କିଛି ଲେମ୍ବୁ ରସ ଘରର ଐଶାନ୍ୟ କୋଣରେ ରଖି ଦିଅନ୍ତୁ

କର୍କଟ-

ପୁନର୍ବସୁ- କିଛି ଉପହାର ପାଇପାରନ୍ତି

ପୁଷ୍ୟା- ଅର୍ଥ ଅଧିକ ଖର୍ଚ୍ଚ ହୋଇଯିବ

ଅଶ୍ଲେଷା-ରୂପା ଦ୍ରବ୍ୟ କିଛି କିଣିବାକ ସୁଯୋଗ ପାଇବେ

ଘରୁ ବାହାରିବା ପୂର୍ବରୁ ମା’ଙ୍କୁ ପ୍ରଣାମ କରି ବାହାରିବେ

ସିଂହ-

ମଘା- ଛୋଟ ପିଲାମାନଙ୍କର ସ୍ବାସ୍ଥ୍ୟ ଖରାପ ରହିପାରେ

ପୂର୍ବାଫାଲଗୁନି- ନିଜ ଆଶାନୁଯାୟୀ ଫଳ ମିଳିପାରେ

ଉତ୍ତରାଫାଲଗୁନି- ବାପାଙ୍କର ଆର୍ଶିବାଦ ମିଳିବା ସହ କାମରେ ସଫଳତା

ଦେବଦାରୁ କାଠରେ ଘରେ ହୋମ କରନ୍ତୁ

କନ୍ୟା-

ଉତ୍ତରାଫାଲଗୁନି- ଘରେ ଏବଂ ବାହାରେ ପ୍ରଶଂସା ପାଇବେ

ହସ୍ତା- ଭାଇ ସହିତ ବିବାଦ ହୋଇପାରେ

ଚିତ୍ରା- ନିଜର କାମ ଯୋଗୁ ଅନ୍ୟ ଠାରୁ ପ୍ରଶଂସା ପାଇବେ

ସବୁଜ ରଙ୍ଗର ପରିବା ଗାଈକୁ ଖାଇବାକୁ ଦିଅନ୍ତୁ

ତୁଳା-

ଚିତ୍ରା- ଆପଣଙ୍କର ବ୍ୟବହାର ଅନ୍ୟକୁ ଖୁସି ଆଣିଦେବ

ସ୍ବାତୀ- ବିବାହିତ ପୁରୁଷ ଆଜି ନିଜ କଥାବାର୍ତ୍ତାରେ ଧ୍ୟାନ ଦିଅନ୍ତୁ

ବିଶାଖା- କୌଣସି ନୂଆ କାମ ପାଇଁ ଯୋଦନା କରିପାରନ୍ତି

କୌଣସି ଦେବୀ ମା’ଙ୍କୁ  ରକ୍ତଚନ୍ଦନ ଅର୍ପଣ କରନ୍ତୁ

ବିଛା-

ବିଶାଖା-ଅର୍ଥଜନିତ ଲାଭବାନ ରହିବେ

ଅନୁରାଧା- ଅଯଥା ଖର୍ଚ୍ଚ ମନରେ ଅଶାନ୍ତି ଆଣିଦେବ

ଜ୍ୟୋଷ୍ଠା- ନୂଆ କର୍ମକ୍ଷେତ୍ର ପାଇଁ ଆଶାବାଦୀଙ୍କର ଦିନଟି ଭଲ ରହିବ

କିରୋସିନ୍‌ରେ ଅଳ୍ପ କୋଲଥ ଡାଲି ମିଶାଇ ନଳାରେ ଭସେଇ ଦିଅନ୍ତୁ

ଧନୁ-

ମୂଳା- ଅଯଥା ପରିଶ୍ରମ କରିବେ, ଫଳ ମିଳିବ ନାହିଁ

ପୂର୍ବାଷାଢା-ଦିନଟି ବହୁତ ଭଲ ରହିବେ

ଉତ୍ତରାଷାଢା- ଅନାବଶ୍ୟକ ଖାଦ୍ୟ ଖାଇବା ଯୋଗୁ ଅସୁସ୍ଥତା ଅନୁଭବ କରିବେ

କୌଣସି ସଧବା ନାରୀକୁ ସୁହାଗ ସାମଗ୍ରୀ ଦିଅନ୍ତୁ

ମକର-

ଉତ୍ତରାଷାଢା- ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ

ଶ୍ରବଣା- ଆଜି ପ୍ରଶଂସା ବଦଳରେ ଅପମାନ ପାଇବେ

ଧନିଷ୍ଠା- ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ

ମହାଦେବଙ୍କୁ ମନ୍ଦାର ଓ ବେଲପତ୍ର ଅର୍ପଣ କରନ୍ତୁ

କୁମ୍ଭ-

ଧନିଷ୍ଠା- ଦିନଟି ବହୁତ ଭଲ ରହିବ

ଶତଭିଷା- ଶରୀର ପୀଡା ବଢିଯିବ

ପୂର୍ବଭାଦ୍ର- ସମସ୍ତ କାମ ସହଜହେ ହୋଇଯିବ

ଶନିଙ୍କ ମନ୍ଦିରରେ ଅପରାଜିତା ଫୁଲ,କଳା ରାଶିଲଡୁ ଭୋଗ କରନ୍ତୁ

ମୀନ-

ପୂର୍ବଭାଦ୍ର- ନିଜ ପିଲାଙ୍କୁ ନେଇ ରହିଥିବା ଚିନ୍ତା ଦୁର ହେବ

ଉତ୍ତରଭାଦ୍ର- ଶରୀରରେ ଆଘାତ ଲାଗିପାରେ, ସତର୍କ ରହିଥିବେ

ରେବତୀ- ବିବାହ ପ୍ରସ୍ତାବ ଯେଉଁମାନଙ୍କର ରହିଛି, ସେମାନଙ୍କୁ ସଫଳତା ମିଳିବ

କିଛି ପଦ୍ମଫୁଲ ରାଧାକୃଷ୍ଣଙ୍କ ମନ୍ଦିରରେ ସମର୍ପଣ କରନ୍ତୁ

ଯଦି ମଙ୍ଗଳ ଦୋଷରେ ପୀଡିତ ଅଛନ୍ତି

ତେବେ ମଙ୍ଗଳବାର ଆମିଷ ଖାଆନ୍ତୁ ନାହିଁ

ପ୍ରତିଦିନ ମଧୁରାଷ୍ଟକଂ ପାଠ କରନ୍ତୁ କିମ୍ବା ଶ୍ରବଣ କରନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭

Leave a Reply