ଲଗାଣ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ୭ ହଜାର ୫୪୦ଟି ଘର, ୬ ମୃତ

ଭୁବନେଶ୍ୱର: ଲଘୁଚାପ ଦୁର୍ବଳ ହେବା ପରେ କମିଛି ଲଗାଣ ବର୍ଷା । ବର୍ଷା ସିନା କମିଛି ହେଲେ ତଳିଆ ଅଞ୍ଚଳରୁ ପାଣି ଛାଡ଼ିନି । ଆଜି ୧୨ ଜିଲ୍ଲାର ୨୩ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ମଥାନୀରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି । ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଏବେ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ବାମ ପାର୍ଶ୍ୱରୁ ୧୯ଟି ଓ ଡାହାଣ ପାର୍ଶ୍ୱରୁ ୯ଟି ଗେଟ୍ ଖୋଲା ରହିଛି ।

7540 House Damaged By Heavy Rain And Flood In Odisha

ଲଗାଣ ବର୍ଷାରେ ରାଜ୍ୟର ୨୪ଟି ଜିଲ୍ଲା ପ୍ରଭାବିତ ହୋଇଛି । ଅନୁଗୁଳ, ବରଗଡ଼, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା,ପୁରୀ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାବିତ ହୋଇଛି ।

7540 House Damaged By Heavy Rain And Flood In Odisha

୨୪ ଜିଲ୍ଲାର ୧୩୯ଟି ବ୍ଲକର ୪ ହଜାର ୯୬୪ ଗାଁ ଓ ୩୩ଟି ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଏହାଦ୍ୱାରା ମୋଟ ୨୩ ଲକ୍ଷ ୮୨ ହଜାର ୭୯୫ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୦ ହଜାର ୫୫୨ ଜଣଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ୭ ହଜାର ୫୪୦ଟି ଘର ଲଗାଣ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ୬ ଜଣଙ୍କ ମୃତ୍ୟୁ ହୋଇଛି ।

7540 House Damaged By Heavy Rain And Flood In Odisha

କେନ୍ଦ୍ରାପଡ଼ାରେ କାନ୍ଥ ଭୁଶୁଡ଼ି ୩ ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ବୁଡ଼ି ଯାଇ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗଞ୍ଜାମ ଓ ଗଜପତିରେ କାନ୍ଥ ଭୁଶୁଡ଼ି ୨ ଜଣ ଜୀବନ ହାରିଛନ୍ତି । ବଲାଙ୍ଗିରର ପୁଇଁତଳାରେ ନାଳରେ ଭାସିଯାଇ ଜଣେ ନିଖୋଜ ଥିବାବେଳେ କଟକ ନିଶ୍ଚନ୍ତକୋଇଲିର ଜଣେ ନିଖୋଜ ଅଛନ୍ତି । ବାଲେଶ୍ୱରରେ ଓଡ୍ରାଫର ୨ଟି ଓ ଗୋଟିଏ ଏନଡିଆରଏଫ୍ ଟିମ୍ ମୁତୟନ ଅଛନ୍ତି । ଭଦ୍ରକରେ ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ୍ ଏବଂ କେନ୍ଦ୍ରାପଡ଼ାରେ ୨ଟି ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି ।

Leave a Reply