କ୍ଲାସ ଗଣ୍ଡୋଗଳକୁ ନେଇ ଶିକ୍ଷକଙ୍କୁ ଗୁଳି ମାରିଲା ୬ ବର୍ଷର ଶିଶୁ

ୱାସିଂଟନ:  ଶିକ୍ଷକଙ୍କୁ ଗୁଳି ମାଡ଼ କଲା ୬ ବର୍ଷର ଶିଶୁ  । ଆମେରିକାର ଏହି ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରାଇଦେଇଛି  । କ୍ଲାସ ରୁମ ଭିତରେ ଶିକ୍ଷୟିତ୍ରୀଙ୍କୁ ଗୁଳି କରିଛି  । ଗୁଳିମାଡରେ ଶିକ୍ଷୟତ୍ରୀ ଜଣଙ୍କ ଗୁରୁତର ହୋଇଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି  । ତାଙ୍କର ବୟସ ୩୦ ବର୍ଷ ହୋଇଥିବା ଜଣା ପଡିଛି  ।

ମିଳିଥିବା ସୂଚନା ମୁତାବକ ଶନିବାର ଆମେରିକାର ରିକନେକ୍ ଏଲିମେଟ୍ରି ସ୍କୁଲରେ ଘଟିଛି ଏହି ଅଘଟଣ  । ଘଟଣା ଘଟିବାବେଳେ କ୍ଲାସ ରୁମରେ ଶିକ୍ଷୟତ୍ରୀ ଏବଂ ଛାତ୍ର ଏକାକୀ ରହିଥିଲେ  । ଏନେଇ ପୋଲିସ ମୁଖ୍ୟ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିଛନ୍ତି  । ସେ କହିଛନ୍ତି ଏହା କୈଣସିମତେ ଦୁର୍ଘଟଣା ନଥିଲା  । ଛାତ୍ର ଜଣଙ୍କ ଜାଣି ଶୁଣି ଗୁଳିକାଣ୍ଡ ଘଟାଇଛି  । କୌଣସି ଏକ ବିବାଦକୁ ନେଇ ଏହି ଅଘଟଣ ଛାତ୍ର ଜଣଙ୍କ ଭିଆଇଛି  ।

ଗୁଳିମାଡ଼ର ଶିକାର ହୋଇଥିବା ଶିକ୍ଷୟତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଗୁଳିମାଡ଼ ଯୋଗୁଁ ମହିଳାଙ୍କ ଜୀବନ ଯିବାର ଆଶଙ୍କା ମଧ୍ୟ ରହିଛି  । କିନ୍ତୁ ଉତ୍ତମ ଚିକିତ୍ସା ଯୋଗୁଁ ଗୁରୁତର ଶିକ୍ଷୟତ୍ରୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ନେଇ ସୂଚନା ଦେଇଛନ୍ତି ଡାକ୍ତର  । ଗୁଳିକାଣ୍ଡ ଘଟାଇଥିବା ଶିଶୁକୁ ପୋଲିସ କଷ୍ଟୋଡିରେ ରଖିଛି  ।