ରାଜ୍ୟରେ ପୁଣି ୬ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ ?
2 min readଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଖାଲି ଆମ ରାଜ୍ୟ ନୁହେଁ ସାରା ଦେଶରେ ମଧ୍ୟ କରୋନା କାୟା ବିସ୍ତାର କରି ରଖିଛି ।
ସୋମବାର ସକାଳେ ରାଜ୍ୟରେ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପରେ ୬ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Regret to inform the demise of six Covid positive patients while under treatment in hospitals.
1. A 70-year old Male of Ganjam district who was also suffering from Diabetes.
2. A 40-year old Male of Ganjam district.
— H & FW Dept Odisha (@HFWOdisha) July 20, 2020
ତେବେ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫ ଜଣ ଥିବା ବେଳେ ଗଜପତିରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହି ୫ ଜଣଙ୍କ ମୃତ୍ୟୁ ମିଶାଇ ଗଞ୍ଜାମରେ ଏବେ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଲାଣି । ଅନ୍ୟପଟେ ସାରା ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଲାଣି ।
3. A 55-year old female of Gajapati district who was also suffering from Diabetes.
4. A 42-year old Male of Ganjam district who was also suffering from Diabetes.
5. A 54-year old Male of Ganjam district.
— H & FW Dept Odisha (@HFWOdisha) July 20, 2020
ଗଞ୍ଜମର ଏହି ୫ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ପୁରୁଷ ଅଛନ୍ତି, ଯିଏ କି ମଧୁମେହ ରୋଗରେ ପୀଡିତ ଥିଲେ । ସେହିପରି ଆଉ ଜଣେ ୪୦ ବର୍ଷୀୟ ପୁରୁଷ, ୫୨ ବର୍ଷୀୟ ପୁରୁଷ, ୪୨ ବର୍ଷୀୟ ପୁରୁଷ, ୫୪ ବର୍ଷୀୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।
6. A 52-year old Male of Ganjam district who was also suffering from Hypertension and Diabetes.
— H & FW Dept Odisha (@HFWOdisha) July 20, 2020
ସେହିଭଳି ଗଜପତିର ଜଣେ ୫୫ ବର୍ଷୀୟ ମହିଳାଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ସେ ମଧ୍ୟ ମଧୁମେହ ରୋଗରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।