ଆଗେଇ ଚାଲିଛି ସୁଆଣ୍ଡୋ ପ୍ରକଳ୍ପ, ବୁଲି ଦେଖିଲେ 5T ସଚିବ

1 min read

ପୁରୀ: ସୁଆଣ୍ଡୋରେ 5T ସଚିବ ଭିକେ ପାଣ୍ଡିଆନ୍  । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମରେ ଚାଲିଛି ‘ସୁଆଣ୍ଡୋ ପ୍ରକଳ୍ପ’  । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଅଗ୍ରଗତି ହେଉଛି  । ଐତିହ୍ୟ ଗ୍ରାମ ସୁଆଣ୍ଡୋର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର  ।

ଆଜି 5T ସଚିବ ଭିକେ ପାଣ୍ଡିଆନ୍ ସୁଆଣ୍ଡୋ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟର ତଦାରଖ କରିବା ସହ ସମଗ୍ର ଅଞ୍ଚଳ ବୁଲି ଦେଖିଥିଲେ 5T ସଚିବ  । ଯେଉଁଘରେ ଉତ୍କଳମଣି ଜନ୍ମ ଗ୍ରହଣ କରିଥିଲେ, ସେହି ଘରକୁ ମଧ୍ୟ ବୁଲି ଦେଖିଥିଲେ ଭିକେ ପାଣ୍ଡିଆନ୍  ।