ବଦଳିବ ମା’ ଭଗବତୀ ମନ୍ଦିରର ରୂପରେଖ, ବାଣପୁର ଗସ୍ତ କରି ପୀଠ ପରିଦର୍ଶନ କଲେ 5T ସଚିବ

1 min read

ଭୁବନେଶ୍ୱର: ବଦଳିବ ବାଣପୁର ଭଗବତୀ ମନ୍ଦିରର ରୂପରେଖ । ମନ୍ଦିରର ଉନ୍ନତିକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପାର୍କିଂ ବ୍ୟବସ୍ଥା, ପାଚେରୀ, ଭୋଜନାଳୟର ବଦଳିବ ଚିତ୍ର । ସେହିପରି ଦୋଳବେଦୀ ଛକରୁ ମନ୍ଦିର ଯାଏ ରାସ୍ତାର ପ୍ରଶସ୍ତିକରଣ ହେବ । ଏହାସହ ଜବରଦଖଲ ଉଚ୍ଛେଦ କରାଯିବ । ଏନେଇ ଖୁବଶୀଘ୍ର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ବାଣପୁର ଗସ୍ତରେ ଯାଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ ।

ଆଜି ଭୋରରୁ ବାଣପୁର ଭଗବତୀ ମନ୍ଦିରରେ ପହଞ୍ଚି ମନ୍ଦିର ପରିଦର୍ଶନ କରିବା ସହ ମାଆଙ୍କ ଆଶୀର୍ବାଦ ନେଇଥିଲେ ଭି.କେ ପାଣ୍ଡିଆନ । ସେହିପରି ସେବାୟତ, ବାଣପୁର ଅଞ୍ଚଳବାସୀ, ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।