ଉଗ୍ରତାରା ପୀଠରେ 5T ସଚିବ, ଉନ୍ନତିକରଣ ନେଇ କଲେ ଆଲୋଚନା
1 min read
ଭୁବନେଶ୍ୱର: ରାଜ୍ୟର ସବୁ ମନ୍ଦିରର ବଦଳୁଛି ରୂପରେଖ । ଶକ୍ତିପୀଠ ପରିଦର୍ଶନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ମନ୍ଦିରରର ଉନ୍ନତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଆଜି ସକାଳୁ ଭଗବତୀଙ୍କ ପୀଠ ପରିଦର୍ଶନ କରିଥିଲେ 5T ସଚିବ । ଭଗବତୀ ମନ୍ଦିର ପରିଦର୍ଶନ କରିବା ପରେ 5T ସଚିବ ଉଗ୍ରତାରାଙ୍କ ପୀଠରେ ପହଞ୍ଚିଥିଲେ । ମାଆ ଉଗ୍ରତାରାଙ୍କ ମନ୍ଦିର ପରିଦର୍ଶନ ସହ ଉନ୍ନତିକରଣ ନେଇ ଆଲୋଚନା କରିଛନ୍ତି 5T ସଚିବ ।