ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ 5ଟି ସଚିବ

1 min read

ବ୍ରହ୍ମପୁର: ଆଜି 5ଟି ସଚିବ ଭି.କେ ପଣ୍ଡିଆନ ସକାଳ ସମୟରେ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ପ୍ରସିଦ୍ଧ ତାରାତାରିଣୀ ପୀଠ ପରିଦର୍ଶନ କରି ମନ୍ଦିରର ଉନ୍ନୟନ କାମ ସଂପର୍କରେ ସମୀକ୍ଷା କରିଛନ୍ତି ।

ଏହାପରେ ପୁରୁଷୋତ୍ତମପୁର ଏବଂ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ।

ପ୍ରଥମେ ସେ ନନ୍ଦିକ ହାଇସ୍କୁଲ ପରିଦର୍ଶନ କରିଥିଲେ । ପରେ ପୁଟିଆପଦର, ଧୋବାହି, ସାହାପୁର, ଭାବନ୍ଧ ସ୍କୁଲ ଓ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ 5T ସଚିବ ।

ସ୍କୁଲରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ  ଭି. କାର୍ତ୍ତିକେୟନ ପାଣ୍ଡିଆନ ।

Leave a Reply