ବାରିପଦାରେ 5T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ଦେଲେ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର

1 min read

ବାରିପଦା: ବାରିପଦାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମୂୟଭଞ୍ଜରେ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉଦବୋଧନ । ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧକ୍ଷ । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ସଫଳତାର ମନ୍ତ୍ର । ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳ ବ୍ୟକ୍ତିତ୍ବ ଗଠନରେ ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ-ଟି ଅଧକ୍ଷ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଏହି ନୂଆ-ଓ କାର୍ଯ୍ୟକ୍ରମ କରାଯାଉଛି । ଆପଣମାନଙ୍କ ଭିତରେ ଯାହା ପ୍ରତିଭା ଅଛି ତାକୁ ବାହାର କରିବାକୁ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଛାତ୍ରମାନଙ୍କ ଜୀବନର ଏହା ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ । ଏଥିରେ ଛାତ୍ରଛାତ୍ରୀଙ୍କୁ ଶାରିରୀକ ସହ ମାନସିକ ଭାବେ ଫିଟ୍ ରହିବାକୁ ପଡିବ ।

ଏଥିଲାଗି ପାଠପଢା ସହ କୋ-କରିକୁଲାର ଆକ୍ଟିଭିଟିଜରେ ଭାଗନେଲେ ବ୍ୟକ୍ତିତ୍ବରେ ବିକାଶ ହେବ । ଜୀବନରେ ସଫଳ ହେବାକୁ ହେଲେ ପାଠ ସାଙ୍ଗକୁ ବ୍ୟକ୍ତିତ୍ବ ବିକାଶ କରିବାକୁ ପଡିବ । ସେହିପରି ଜୀବନରେ ଜିତିବା ଗୁରୁତ୍ବପୂର୍ଣ୍ଣ ଆବଶ୍ୟକ ନୁହେଁ, ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତ୍ବତ୍ବ, କଠିନ ପରିଶ୍ରମ, ଉନ୍ନତ ଚିନ୍ତାଧାରା ଓ ଆତ୍ମ ବିଶ୍ବାସ ବଢ଼ିବ । ସଫଳର ମୂଳ ଚାବିକାଠି ଆତ୍ମବିଶ୍ବାସ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ଆତ୍ମବିଶ୍ବାସର ଯାହାର ଅଧିକ ସେ ବହୁତ ଆଗକୁ ଯିବ । କଠିନ ପରିଶ୍ରମ କରିବେ, ବାପା ମାଆଙ୍କ ନାଁ ଉଜ୍ଜଳ କରିବେ, ଓଡ଼ିଶାର ନାଁ ଆଗକୁ ନେବେ । ଫିଟ୍ ରହିବାକୁ ପ୍ରତିଦିନ ଶାରିରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ଏବେ ପ୍ରତିଯୋଗିତାର ଦୁନିଆ । ଯିଏ ଜିତିବ ସିଏ ଆଗକୁ ଯିବ । ସେଥିଲାଗି ଫିଜିକାଲ ଫିଟନେସ୍ ସହ ମାନସିକ ଭାବେ ଫିଟ୍ ରହିବା ମଧ୍ୟ ଜରୁରୀ ।

ଏଥିଲାଗି ଛାତ୍ରଛାତ୍ରୀଙ୍କୁ ଧ୍ୟାନ କରିବାକୁ କହିଛନ୍ତି ପାଣ୍ଡିଆନ୍ । ଶାରିରୀକ ଓ ମାନସିକ ଫି୍ଟ ରହିଲେ ସମସ୍ୟାକୁ ସହଜରେ ସମାଧାନ କରିବାକୁ ମିଳିବ ଆତ୍ମବିଶ୍ବାସ । ଏହାସହ ଛାତ୍ର ଜୀବନରେ ଉଚିତ୍ ସାଙ୍ଗ ବାଛିବାକୁ ଦେଇଛନ୍ତି ପରାମର୍ଶ । ଉଚିତ ସାଙ୍ଗ ସଠିକ ପରାମର୍ଶ ଦିଅନ୍ତି । ଯାହାକି ଆତ୍ମବିଶ୍ବାସ ବୃଦ୍ଧି କରିବାରେ ସହାୟକ ହେବ । ଆପଣ ସଫଳ ହେଲେ ଶିକ୍ଷକ ସବୁଠାରୁ ଖୁସି ହେବେ । ସେଥିଲାଗି ଶିକ୍ଷକଙ୍କୁ ସମ୍ମାନ ଦିଅନ୍ତୁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଓଡ଼ିଶା ଏବେ ବିକାଶ ପଥରେ ଆଗେଇ ଚାଲିଛି । ଭାରତ ବର୍ଷରେ କ୍ରୀଡ଼ାର ରାଜଧାନୀ ପାଲଟିଛି ଭୁବନେଶ୍ବର । ବିପର୍ଯ୍ୟୟ ମୁକାବିଲାରେ ବିଶ୍ବରେ ଓଡ଼ିଶା ସବୁଠାରୁ ଆଗରେ ରହିଛି । ଖାଦ୍ୟ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ପାଲଟିଛି । ଏହା ହେଉଛି ନୂଆ ଓଡ଼ିଶା ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ଆର୍ଥିକ ଓ ବିପର୍ଯ୍ୟୟ ପରିଚାଳନା ସହ ପୁଂଜି ନିବେଶରେ ଓଡ଼ିଶା ଏକ ନମ୍ବର ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ।