ରାଜ୍ୟ ସରକାରଙ୍କ ଦାବି ପରେ ତତ୍ପର ହେଲା କେନ୍ଦ୍ର, ଆଜି ପହଞ୍ଚିବ ୫ ଲକ୍ଷ ୪୮ ହଜାରରୁ ଅଧିକ ଡୋଜ୍

ଭୁବନେଶ୍ୱର:  କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ରାଜ୍ୟ ସରକାରଙ୍କ କରୋନା ଟିକା ଦାବି ପରେ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଆଜି ୫ ଲକ୍ଷ ୪୮ ହଜାରରୁ ଅଧିକ ଡୋଜ ଆସି ପହଞ୍ଚିବ । ରାଜ୍ୟ ସରକାର ପ୍ରତିଦିନ ୨ଲକ୍ଷ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହା ପର୍ଯ୍ୟାପ୍ତ ହେବ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ।

କେନ୍ଦ୍ର ସରକାର ପାତର ଅନ୍ତର ନକରି ଓଡ଼ିଶାକୁ ଟିକା ବିତରଣରେ ସହଯୋଗ କରନ୍ତୁ ବୋଲି ପୂର୍ବରୁ ରାଜ୍ୟ ସରକାକରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର ଚିଠି ଲେଖିଥିଲେ  । ରାଜ୍ୟ ସରକାର ପ୍ରତ୍ୟେକ ଦିନ ୨ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି  । ଏଥିପାଇଁ ୧୫ ଦିନ ଆଗରୁ ଟିକା ପହଞ୍ଚାଇବା ପାଇଁ ରାଜ୍ୟସରକାର ଦାବି କରିଥିଲେ ।

ବିଦେଶୀ ଭୂତାଣୁକୁ ନେଇ ବଢୁଛି ଭୟ । ତେବେ ୟୁକେ ଷ୍ଟ୍ରେନ ଅପେକ୍ଷା ଭାରତୀୟ ଷ୍ଟ୍ରେନ୍ ଅଧିକ ବିପଜ୍ଜନକ ବୋଲି କହିଛନ୍ତି ବିଶେଷଜ୍ଞ । କୋଭିଡ୍ ଟିକା ନେଇଥିଲେ ବି ସଂକ୍ରମଣ ଆଶଙ୍କା ରହିଛି। ରୋଗ ପ୍ରତିରୋଧକ ଶକ୍ତିକୁ ଏଡାଇ ଆକ୍ରାନ୍ତ କରିପାରେ କରୋନାର ଭାରତୀୟ ଷ୍ଟ୍ରେନ୍ । ତେଣୁ ଜନଗହଳି ସ୍ଥାନରେ ଦୁଇଟି ମାସ୍କ ପିନ୍ଧିବା ସହ ଗ୍ଲୋବ୍ସ ବ୍ୟବହାର କରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

Leave a Reply