ରାଜ୍ୟରେ 5G ସେବାର ଶୁଭାରମ୍ଭ, ଜିଓ ଏବଂ ଏୟାରଟେଲ୍କୁ ଅନୁମତି

1 min read

ଭୁବନେଶ୍ବର: ଆଜିଠୁ ଓଡ଼ିଶାରେ 5G ସେବା। ରାଜ୍ୟରେ 5G ସେବାର ଶୁଭାରମ୍ଭ । ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ଦୁଇ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ଅନୁମତି ମିଳିଛି । ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ ୫-ଜି ନେଟଓ୍ୱର୍କ ସହ ଯୋଡ଼ି ହେବାକୁ ଥିବା ବେଳେ ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ।

ଜିଓ ଏବଂ ଏୟାରଟେଲ ପକ୍ଷରୁ ଟୁଇନସିଟି ଭୁବନେଶ୍ୱର ଓ କଟକରେ ୫-ଜି ସେବା ଆରମ୍ଭ ହେବ । ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ୫-ଜି ଆରମ୍ଭ କରିବ । ୫-ଜି ସେବା ଯୋଗାଇଦେବାକୁ ରାଜ୍ୟରେ ୫୧୦ଟି ବିଟିଏସ୍ ଲଗାଯାଇଛି। ୪ଜି ତୁଳନାରେ ୧୦ ଗୁଣ ଅଧିକ ରହିବ ୫ଜି ଇଣ୍ଟରନେଟ ସ୍ପିଡ୍ । ଡାଉନଲୋଡିଂ, ସର୍ଫିଂର ସ୍ପିଡ ଅଧିକ ରହିବ । ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ ଓ ବ୍ୟାଙ୍କିଂ ଆଦି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବ ।