ବିବାହରେ ୫ ଜଣ ବରଯାତ୍ରୀଙ୍କ ମୃତ୍ୟୁ

ଜୟପୁର : ପାର୍ବଣ ଋତୁ ପରେ ପରେ ଆରମ୍ଭ ହୋଇଛି ବିବାହର ଋତୁ । ଏକ ଅଭାବନୀୟ ଘଟଣାରେ ଜୟପୁରର ଏକ ବିବାହ ଉତ୍ସବରେ ଶୋକର ଛାୟା ଖେଳିଯାଇଛି । ଜୟପୁରର ଭୀଲୱାଡ଼ା ସହରରେ ଏକ ବିବାହ ଉତ୍ସବ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ରବିବାର ଏକ ଟ୍ରକ୍ ଭାରସାମ୍ୟ ହରାଇ ବିବାହରେ ଯାଉଥିବା ବରଯାତ୍ରୀଙ୍କ ଉପରେ ଚଢ଼ିଯାଇଥିଲା । ଏଥିରେ ୫ ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
ସୂଚନାନୁସାରେ ଭୀଲୱାଡ଼ା ସହରରେ ଏକ ବରଯାତ୍ରୀ ଦଳ ଯାଉଥିବା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ଚଢ଼ିଯାଇଥିଲା । ରାତି ସମୟ ଥିବାରୁ ରାସ୍ତାରେ ଟ୍ରକ୍ ଆସୁଥିବା ଲୋକେ ଜାଣିପାରିନଥିଲେ । ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏଥିସହ ଘଟଣାରେ ଆହତ ଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନା ପଠାଯାଇଥିଲା । ଟ୍ରକ୍ ଡ୍ରାଇଭର ଖସିଯାଇଥିବା ବେଳେ ପୋଲିସ ତାର ସନ୍ଧାନ ଚଳାଇଛି ଏଥିସହ ମାମଲାର ଯାଞ୍ଚ ଆରମ୍ଭ କରିଛି ।