କେରଳ ଆଲାପୁଝାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଚାଲିଗଲା ୫ ଡାକ୍ତରୀ ଛାତ୍ରଙ୍କ ଜୀବନ
ନନ୍ଦିଘୋଷ ବ୍ୟୁରୋ : କେରଳର ଆଲାପୁଝା ଜିଲ୍ଲା କାଲାରକୋଡ ଠାରେ ଭୟଙ୍କର ଦୁର୍ଘଟଣା । ସୋମବାର ବିଳମ୍ୱିତ ରାତିରେ ଏକ ଯାତ୍ରୀବାହୀ ବସ ଏବଂ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ଜଣ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଛି । ସମସ୍ତଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷିତ କରାଯାଇଛି। ଏହି ଦୁର୍ଘଟଣାରେ ବସ୍ ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଯାତ୍ରୀମାନେ କେବଳ ସାମାନ୍ୟ ଆହତ ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ରହିଛି ।
ଦୁର୍ଘଟଣାରେ ଆଉ ୨ ମେଡିକାଲ ଛାତ୍ର ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା ବସ ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେବାରୁ ଏଭଳି ଏକ ଭୟାନକ ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତକ କେରଳର ବନ୍ଦନମ ମେଡିକାଲ କଲେଜର ପ୍ରଥମ ବର୍ଷ ଏମବିବିଏସ ଛାତ୍ର। କାର ଓ ବସ ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଥିଲଯେ କାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କାରକୁ କାଟି ଆହତଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ମୃତକ ଛାତ୍ର କୋଝିକୋଡ, କନ୍ନରୁ, ଚେରଥନା ଓ ଲାକ୍ଷାଦ୍ଵୀପର ବୋଲି ଜଣାପଡିଛି। ସେପଟେ କେଏସଆରଟିସି ବସରେ ଥିବା ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥାର ସ୍ଥିର ରହିଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି।