ରଥଯାତ୍ରାରେ ଅଘଟଣ, ବିଲ୍ଡିଂ ଭୁଶୁଡି ୫ ମୃତ ଚାପି ହୋଇ ରହିଛନ୍ତି ଏକାଧିକ

ସୁରଟ: ରଥଯାତ୍ରାରେ ଅଘଟଣ  । ଗୁଜୁରାଟର ସୁରଟରେ ବିଲ୍ଡିଂ ଭୁଶୁଡି ୭ ମୃତ  । ସୁରଟରେ ପାଞ୍ଚ ମହଲା ବିଲ୍ଡିଂ ଭୁଶୁଡିବା ପରେ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି  । ବିଲ୍ଡିଂ ଭିତରୁ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି  ।

ଧ୍ବସାଂଶବେଶ ତଳେ ଚାରିରୁ ପାଞ୍ଚ ଜଣ ଫସିଥିବା ଅନୁମାନ କରାଯାଉଛି  । ରାତି ସାରା ସର୍ଚ୍ଚ ଅପରେସନ ଜାରି ରହିଛି  । ଏସଡିଆରଏଫ, ଏନଡିଆରଏଫ ଓ ରାଜ୍ୟ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  ।

୨୦୧୬ରୁ ୨୦୧୭ ମସିହା ମଧ୍ୟରେ ବିଲ୍ଡିଂଟି ତିଆରି ହୋଇଥିଲା  । ପ୍ରାଥମିକ ତଦନ୍ତରୁ ବିଲ୍ଡିଂରେ ୫ଟି ଫ୍ଲାଟ ଥିବା ଅନୁମାନ କରାୟାଉଛି  । ନିକଟସ୍ଥ ଫ୍ୟାକ୍ଟ୍ରିରେ କାମ କରୁଥିବା ଲୋକେ ଏହି ବିଲ୍ଡିଂରେ ରହୁଥିଲେ  ।