ବିଧାନସଭାର ୫ କର୍ମଚାରୀ କରୋନା ଆକ୍ରାନ୍ତ: ପଜିଟିଭ ଚିହ୍ନଟ ପରେ ବିଧାନସଭାକୁ ୨ଥର ସାନିଟାଇଜ, ପ୍ରବେଶ ନିଶେଧ

ଭୁବନେଶ୍ୱର: (ଚିନ୍ମୟ କୁମାର ମହାପାତ୍ର ) ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ କରୋନା ସଂକ୍ରମିତ ହେବା ପରେ ସେମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଜିଟିଭ ଚିହ୍ନଟ ପରେ ବିଧାନସଭାକୁ ୨ଥର ସାନିଟାଇଜ କରାଯିବ ।

ଏଥିସହ କାହାକୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିବ ନାହିଁ । କରୋନା ନେଗେଟିଭ ସାର୍ଟିଫିକେଟ ଦେଖାଇଲେ ପ୍ରବେଶ ଅନୁମତି ମିଳିବ ବୋଲି ସୂଚନା ଦିଆଯାଇଛି । ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ବନ୍ଦ ଅଛି । ଏସଂପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଏକ କମିଟି ବୈଠକରେ ନୀଳଗିରି ବିଧାୟକ ଉପସ୍ଥିତ ଥିଲେ । ତାପରେ ତାଙ୍କ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଏହା ସହ ସାଲେପୁର ବିଧାୟକଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ ବାହାରିଥିଲା । ପଜିଟିଭ ଚିହ୍ନଟ ହେବାପରେ ସରକାରୀ ଅଧିକାରୀଙ୍କ ସମେତ ଯେଉଁମାନେ ସେହି କମିଟି ବୈଠକରେ ଉପସ୍ଥିତ ଥିଲେ ସେମାନେ ନିଜର କୋଭିଡ ଟେଷ୍ଟ କରାଇବା ପାଇଁ ବିଧାନସଭା ପକ୍ଷରୁ କୁହାଯାଇଥିଲା । ସେମାନେ ସମସ୍ତେ କ୍ୟାପିଟାଲ ହସ୍ପିଟାଲରେ ନିଜ କୋଭିଡ ଟେଷ୍ଟ କରାଇଥିଲେ । ସର୍ବମୋଟ ୧୨ ଜଣଙ୍କର କୋଭିଡ ଟେଷ୍ଟ ହୋଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ସୂଚନା ଦେଇଥିଲେ ।

କୋଭିଡ ଟେଷ୍ଟ କରାଇଥିବା ୧୨ ଜଣଙ୍କ ମଧ୍ୟରୁ ୫ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଖବର ଆସିବା ପରେ ସମସ୍ତ ୫ ଜଣଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ହୋମ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply