ବ୍ରଜରାଜନଗର ଉପ-ନିର୍ବାଚନ; ଦିନ ୧ଟା ସୁଦ୍ଧା ୪୮ ପ୍ରତିଶତ ମତଦାନ

1 min read

ବ୍ରଜରାଜନଗର:ଉପନିର୍ବାଚନରେ ବିଧାୟକ ବାଛୁଛନ୍ତି ଭୋଟର । ସକାଳ ୧ଟା ସୁଦ୍ଧା ୪୮ପ୍ରତିଶତ ମତଦାନ ହୋଇଛି । ଶାନ୍ତିଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । ମକ୍ ପୋଲ୍ ବେଳେ ଭିଭିପାଟ୍ ଖରାପ ଥିବା ଜଣାପଡ଼ିବା ପରେ ତାକୁ ବଦଳାଯାଇଛି । ଏହାସହ ମୋଟ୍ ୩ଟି ଭିଭିପାଟ୍ ଖରାପ ଥିଲା ତାକୁ ବଦଳାଯାଇଛି । କରୋନା ଓ ଖରାକୁ ନଜରରେ ରଖି ଭୋଟରଙ୍କ ପାଇଁ ବ୍ୟବସ୍ଥା ହୋଇଛି । ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।

୨୨ଟି ନୂଆ ବୁଥ୍ ସମେତ ୨୭୯ ବୁଥରେ ମତଦାନ ଚାଲିଛି । ୬୦ଟି ସମ୍ବେଦନଶୀଳ ବୁଥରେ ମାଇକ୍ରୋ ଅବଜରଭର ଓ ସେଣ୍ଟ୍ରାଲ ଫୋର୍ସ ନିୟୋଜିତ ହୋଇଛନ୍ତି । ଏଥିସହ ୩୦ଟି ମଡେଲ ପୋଲିଂ ସହ ୫ଟି ପିଙ୍କ୍ ବୁଥରେ ଚାଲିଛି ଭୋଟିଂ। କେବଳ ମହିଳା ପୋଲିଂ କର୍ମଚାରୀ ନିଯୁକ୍ତ ରହିଛନ୍ତି । ୧୨୮୮ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଥିବା ବେଳେ, ଆଇନ ଶୃଙ୍ଖଳା ପାଇଁ ୧୦୦୦ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ସେହିଭଳି ସମ୍ବେଦନଶୀଳ ବୁଥରେ ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ ହୋଇଛନ୍ତି । ୫୦ ପ୍ରତିଶତ ବୁଥରେ ଓ୍ୱେବକାଷ୍ଟ କରାଯାଉଛି । ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗଙ୍କ ଭୋଟରଙ୍କ ପାଇଁ ସବୁ ବୁଥରେ ରାମ୍ପ, ହ୍ୱିଲଚେୟାର ସହ ସ୍ୱେଚ୍ଛାସେବୀଙ୍କୁ  ନିୟୋଜିତ କରାଯାଇଛି । ।

ଏଥିସହିତ ପଢ଼ନ୍ତୁ: ରାତି ପାହିଲେ ଉପ-ନିର୍ବାଚନ, ହଠାତ୍ ପ୍ରିଜାଇଡିଙ୍ଗ ଅଫିସରଙ୍କ ମୃତ୍ୟୁ