ଅପରେସନ କାବେରୀ ଦ୍ଵାରା ସୁଦାନରୁ ସ୍ୱଦେଶ ଫେରିଲେ ୪୩ ଓଡ଼ିଆ

ଭୁବନେଶ୍ୱର: ଅପରେସନ କାବେରୀ ଦ୍ଵାରା ସୁଦାନରୁ ଭାରତ ଫେରିଲେ ୪୩ ଓଡ଼ିଆ । ୩୫ ଜଣ ଓଡ଼ିଆ ଆଜି ନୂଆଦିଲ୍ଲୀରେ ପହଞ୍ଚିଥିବା ବେଳେ ୮ ଜଣ ଓଡ଼ିଆ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ । ଫେରିଥବା ଓଡିଆଙ୍କୁ ସହଯୋଗ ହାତ ବଢାଇଛନ୍ତି ଓଡ଼ିଶା ସରକାର । ଦିଲ୍ଲୀ ଓଡ଼ିଶା ଭବନ ପକ୍ଷ୍ୟରୁ ଆବାସିକ କମିଶନର ଏସ. ରବିକାନ୍ତଙ୍କ ତତ୍ତ୍ଵାବଧାନରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଶା ସଦନରେ ରହିବା ସହ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଏହା ସହ ଓଡ଼ିଶା ଫେରିବା ପାଇଁ ବିମାନ ଟିକେଟ ବ୍ୟବସ୍ଥା ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଛି ।