ବିଗତ ୫ ବର୍ଷରେ ରାଜ୍ୟରେ ୪୦୮ଟି ଗୁଣିଗାରେଡି ମାମଲା ରୁଜୁ

ଭୁବନେଶ୍ବର: ରାଜ୍ୟରେ ଏବେ ବି ରହିଛି ଅନ୍ଧବିଶ୍ୱାସ । ବିଗତ ୫ ବର୍ଷରେ ରାଜ୍ୟରେ ୪୦୮ଟି ଗୁଣିଗାରେଡି ମାମଲା ରୁଜୁ ହୋଇଛି । ରାଜ୍ୟରେ ୨୦୨୦ ରେ ୯୪ଟି ମାମଲା ରୁଜୁ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୫ଟି ମାମଲା ରୁଜୁ ହୋଇ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୨୮ ଜଣ ଗିରଫ ହୋଇଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଏହି ଲିଖିତ ଉତ୍ତର ଗୃହରେ ରଖିଛନ୍ତି ।

୨୦୨୧ରେ ୭୯ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୨୩ ଟି ମାମଲା ରୁଜୁ ହୋଇ ୨୫ ଜଣ ଗିରଫ ହୋଇଛନ୍ତି । ୨୦୨୨ରେ ୧୦୩ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୪୦ ଟି ମାମଲା ରୁଜୁ ହୋଇ ୨୦ ଜଣ ଗିରଫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୩୨ ଜଣ ଗିରଫ ହୋଇଛନ୍ତି ।

ସେହିପରି ୨୦୨୩ରେ ୭୦ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୨୬ଟି ମାମଲା ରୁଜୁ ହୋଇ ୧୩ ଜଣ ଗିରଫ ହୋଇଛନ୍ତି । ୨୦୨୪ରେ ୬୨ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୂରଭଞ୍ଜ ୧୬ଟି ମାମଲା ରୁଜୁ ହୋଇ ୭ ଜଣ ଗିରଫ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।