ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ଏଟିଏମ କାର୍ଡ ବଦଳାଇ ବରିଷ୍ଠ ନାଗରିକଙ୍କ ଠାରୁ ୪୦ ହଜାର ଲୁଟ । ନୟାପଲ୍ଲୀ ଆଇଆରସି ଭିଲେଜ ଅଞ୍ଚଳର ମହମ୍ମଦ ଫିରୋଜ । ସେ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । ନୟାପଲ୍ଲୀରେ ଥିବା ଏକ ଏଟିଏମ କାଉଣ୍ଟରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେହି ସମୟରେ ଲୁଟେରା ଜଣଙ୍କ ବ୍ୟସ୍ତ କରାଇ କୌଶଳ କ୍ରମେ ଫିରେଜଙ୍କ ପିନ ନମ୍ବର ଦେଖିବା ସହିତ କାର୍ଡ ବଦଳାଇ ନେଇଥିଲେ । ଏଟିଏମ କାମ ନ କରିବାରୁ ଘରକୁ ଫେରି ଦେଖିଲା ବେଳେ କାର୍ଡ ବଦଳି ହୋଇଥିବା ଜାଣିବାକୁ ପାଇଥିଲେ । ଏହି ସମୟରେ ପର୍ଯ୍ୟାୟ କ୍ରମେ ତାଙ୍କର ୪୦ ହଜାର କଟି ଯାଇଥିଲା ।

ଏଟିଏମ କାର୍ଡକୁ ବ୍ଳକ୍ କରିବା ସହିତ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । କାର୍ଡଟି ବ୍ଳକ କରିବା ପରେ ଲୁଟେରା ଜଣଙ୍କ ଟଙ୍କା ଉଠେଇବାକୁ ଉଦ୍ୟମ କରୁଥିବା ତାଙ୍କ ମୋବାଇଲକୁ ମ୍ୟାଜେଜ ଆସୁଛି । ସେପେଟେ ଏଟିଏମର କାଉଣ୍ଟରରେ ସୁରକ୍ଷା କର୍ମୀ ନଥିବା ବେଳେ ଏପରି ଲୁଟ ହେଉଛି ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ରାଜଧାନୀରେ ଏକାଧିକ ଥର ଏଟିଏମରୁ ସାହାର୍ଯ୍ୟ ବାହାନାରେ କାର୍ଡ ବଦଳାଇ ଲୁଟ ହୋଇଛି । ଏବେ ଏସଟିଏମର ସୁରକ୍ଷା ନେଇ ସାଧାରଣେର ଉଠିଛି ପ୍ରଶ୍ନ ।

Leave a Reply