ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ NDRF ସଜାଗ

1 min read

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ NDRF ସଜାଗ ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ । ବାତ୍ୟା ହେଲେ ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଭାବିତ ହେବେ । ସେଥିପାଇଁ NDRF ବା ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ ପ୍ରସ୍ତୁତ ରହିଛି ।

ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ NDRF ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଡିଜି ସତ୍ୟ ନାରାୟଣ ପ୍ରଧାନ । NDRFର ୪ଟି ଲେଖାଏଁ ଟିମ୍ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୁତୟନ ଅଛନ୍ତି । ତତସହିତ ୨୦ଟି ଟିମ୍ ଷ୍ଟାଡବାଏରେ ଥିବା ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ।

ଅବପାତ ଏବେ ପାରାଦୀପ ଠାରୁ ୧୧୦୦ କିମି ଦୂରରେ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ମେ ୧୭ରେ ରିକର୍ଭ ହେବ । ତାପରେ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି ୧୮ରୁ ୨୦ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

Leave a Reply