ହୀରାକୁଦରେ କମୁଛି ଜଳସ୍ତର, ବନ୍ଦ ହେଲା ଆଉ ୪ଟି ସ୍ଲୁଇସ୍ ଗେଟ୍

ସମ୍ବଲପୁର: ହୀରାକୁଦରେ କମୁଛି ଜଳସ୍ତର । ବନ୍ଦ ହେଲା ଆଉ ୪ଟି ସ୍ଲୁଇସ୍ ଗେଟ୍ । ୪ଟି ଗେଟ୍ ବନ୍ଦ ହେବା ପରେ ଏବେ ୨୪ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପଟୁ ୧୬, ଦକ୍ଷିଣ ପଟୁ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହୋଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୬୦ ଫୁଟ ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୬୪୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୭୬ ହଜାର ୯୧୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ସେପଟେ ମୁଣ୍ଡଳୀରେ ମଧ୍ୟ କମୁଛି ଜଳସ୍ତର ।