ଛତିଶଗଡ଼ରେ ପୋଲିସ-ନକ୍ସଲ ମୁହାଁମୁହିଁ, ୪ଜଣ ନକ୍ସଲ ନିହତ

1 min read

ଛତିଶଗଡ: ଛତିଶଗଡ଼ରେ ପୋଲିସ-ନକ୍ସଲ ଗୁଳି ବିନିମୟ । ଏଥିରେ ଜଣେ ଏସଆଇ ସହିଦ ହୋଇଥିବା ବେଳେ ୪ଜଣ ନକ୍ସଲ ନିହତ ହୋଇଛନ୍ତି । ମାନପୁରା ଥାନା ଅନ୍ତର୍ଗତ ପର୍ଦ୍ଧୋନୀ ଗାଁ ନିକଟ ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା ।  ମୃତ ନକ୍ସଲଙ୍କ ଠାରୁ ଗୋଟିଏ AK 47 ଓ SLR ରାଇଫଲ ଜବତ ହୋଇଛି ବୋଲି ରାଜନନ୍ଦଗାଓର ଏଏସ୍‌ପି ଜିଏନ୍‌ ବାଘେଲ ସୂଚନା ଦେଇଛନ୍ତି । ତେବେ ମୃତ ୪ ନକ୍ସଲଙ୍କ ମଧ୍ୟରେ ୨ଜଣ ପୁରୁଷ ଥିବା ବେଳେ ୨ଜଣ ମହିଳା ରହିଛନ୍ତି ।

ତେବେ ଶୁକ୍ରବାର ବିଳମ୍ବିତ ରାତିରେ ମାନପୁର ଥାନା ଅଞ୍ଚଳରେ ଥିବା ପର୍ଦ୍ଦେ।ନି ଜଙ୍ଗଲରେ ପୋଲିସର ସର୍ଚ୍ଚ ଅପରେସନ ସମୟରେ କିଛି ନକ୍ସଲ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଅଚାନକ ନକ୍ସଲ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଘଟଣାରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଗୁଳି ବିନିମୟ ଚାଲିଥିଲା । ଏଥିରେ ୪ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟର ସହିଦ ହୋଇଛନ୍ତି ।

Leave a Reply