ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଚାଲିଥିଲା ଗେମିଙ୍ଗ ଆପ୍ କଲ୍ ସେଣ୍ଟର, ୪ ଠକ ଗିରଫ
ଭୁବନେଶ୍ବର: ରାଜଧାନୀରେ ପୁଣି ସାଇବର ଠକ । ୪ ଠକଙ୍କୁ କାବୁ କଲା ସ୍ପେଶାଲ ସ୍କ୍ବାଡ଼ । ଭଡାଘରେ ଚାଲିଥିଲା ଠକେଇର ବ୍ଲୁ ପ୍ରିଣ୍ଟ । ଟେଲିଗ୍ରାମ ଠକେଇ ଓ ଗେମି* ଆପ ଜରିଆରେ ଲୋକଙ୍କୁ ଠକୁଥିଲେ। ଏୟାରଫିଲଡ଼ ଥାନା ପ୍ରେଷ୍ଟିଜ ଇନ ଆପାର୍ଟମେଂଟରେ ଚଢ଼ାଉ । ଚଢ଼ାଉ କଲା ସ୍ପେଶାଲ ସ୍କ୍ବାଡ଼ । ବିପୁଳ ପରିମାଣର ମୋବାଇଲ ଓ ଡିଜିଟାଲ ଡିଭାଇସ ଠାବ । ଭୁବନେଶ୍ୱର ବୋତୋଣ୍ଡା ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଭଡା ଘରେ ଚାଲିଥିଲା ଗେମିଙ୍ଗ ଆପ୍ କଲ୍ ସେଣ୍ଟର ।
ଗେମିଙ୍ଗ ଆପ୍ ମାଧ୍ୟମରେ ସାଇବର ଠକେଇ କରୁଥିଲେ ଠକ। ଆପାର୍ଟମେଣ୍ଟର କିଛି ଲୋକ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଚଢାଉବେଳେ ରାଜ୍ୟ ବାହାରର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ସିଣ୍ଡିକେଟ ରେ ଆଉ କାହାର ସମ୍ପୃକ୍ତି ରହିଛି ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ଡେସ୍କଟପ, ଲାପଟପ, ୧୯ ଟି ମୋବାଇଲ ଫୋନ୍, ଅନେକ ପାସପୋର୍ଟ, ଜବତ କରିଛି ପୋଲିସ । ଦୀର୍ଘ ୬ ମାସ ହେଲା ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଚାଲିଥିଲା ଅପରେସନ । ବିଭିନ୍ନ ଲୋକଙ୍କୁ ଫୋନ୍ ଓ ମେସେଜ କରି ଅନଲାଇନ୍ ରେ ଟଙ୍କା ଠକେଇ କରୁଥିଲେ ଠକ । ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଦୁବାଇ ଓ ଶାଖା ଦିଲ୍ଲୀରେ ଥିବା କହିଛନ୍ତି ଅଭିଯୁକ୍ତ ।