ମାଟ୍ରିକ୍ ସ୍କଲାରସିପ ଓ ଏଲଇଡି ବଲବ ଯୋଗାଇ ଦେବା ନାଁରେ ୪ କୋଟି ଠକେଇ

ଭୁବନେଶ୍ୱର: ମାଟ୍ରିକ୍ ସ୍କଲାରସିପ ଓ ଏଲଇଡି ବଲବ ଯୋଗାଇ ଦେବା ନାଁରେ ୪ କୋଟି ଠକେଇ । ଝାଡ଼ଖଣ୍ଡ ରାଞ୍ଚିରୁ ୨ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଏମାନେ ହେଲେ ତନବୀର ନାଜିର ଆଉ ମହମ୍ମଦ ଅବଦୁଲ ହୁସେନ । ଉଭୟକୁ ରାଞ୍ଚି କୋର୍ଟରୁ ଆଣିଛି ଇଓଡବ୍ଲୁ । ଆଜି ସେମାନଙ୍କୁ କଟକ ସ୍ଥିତ ଓପିଆଇଡି କୋର୍ଟରେ ହଜାର କରାଯାଇଛି ।

ବାସ୍ତବ ଇଣ୍ଡିଆ ଟ୍ରଷ୍ଟ ନାମରେ ଏମାନେ ଲୋକଙ୍କୁ ଚୁନା ଲଗାଉଥିଲେ । ଗିରଫ ଅଭିଯୁକ୍ତ ହେଉଛନ୍ତି ସଭାପତି ଓ ସମ୍ପାଦକ । ସାଧାରଣ ଲୋକ ଏବଂ ଅଭିଭାବକଙ୍କୁ ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଟ୍ରଷ୍ଟ ଭୁବନେଶ୍ୱରରେ ମଧ୍ୟ ତାର ଅଫିସ ଖୋଲିଥିଲା । ଲୋକଙ୍କୁ ଏଲଇଡି ବଲବ ଦେବା ନାଁରେ ପ୍ରତି ଲୋକଙ୍କ ଠାରୁ 1650 ଟଙ୍କା ମେମ୍ବର ଫି ବାବଦକୁ ସଂଗ୍ରହ କରୁଥିଲା ।

ସେହି ପରି ଛୁ ଲୋ ଆସମାନ ନାମକ ଯୋଜନା କରି ମେମ୍ବରସିପ୍ ବାବଦକୁ ପ୍ରତି ଲୋକଙ୍କ ଠାରୁ ୩ ହଜାର ଟଙ୍କା ଲେଖାଏଁ ସଂଗ୍ରହ କରିଥିଲା । ପାଖାପାଖି ସାଢ଼େ ୩ ହଜାର ଲୋକଙ୍କ ଠାରୁ ଏମାନେ ୪ କୋଟି ଠକି ନେଇଥିଲା । ଏହି ଗ୍ୟାଙ୍ଗରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତ ଥିବା କହିଛନ୍ତି ଇଓଡବ୍ଲୁ ଏସପି ।