ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ପୂର୍ବରୁ ୪ ଭାରତୀୟ ଖେଳାଳିଙ୍କୁ କରୋନା

ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା । ୪ ଭାରତୀୟ କ୍ରିକେଟର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ, ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାୟକୱାଡ, ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଓ ଫାଷ୍ଟ ବୋଲର ନବଦୀପ ସାଇନିଙ୍କ ସମେତ ୩ ଜଣ ସହଯୋଗୀ ଷ୍ଟାଫ୍ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅହମଦାବାଦରେ ପହଞ୍ଚିବା ପରେ ଆରଟିପିସିଆର ଟେଷ୍ଟରୁ ପଜିଟିଭ୍ ଥିବା ଜଣାପଡ଼ିଥଲେ । କୋଭିଡ୍ ଗାଇଡଲାଇନ ଅନୁସାରେ ସମସ୍ତଙ୍କୁ ୭ ଦିନିଆ ସଙ୍ଗରୋଧରେ ରଖାଯିବ । ସେପଟେ ଦିନିକିଆ ସ୍କ୍ୱାଡରେ ସାମିଲ୍ ହୋଇଛନ୍ତି ମୟଙ୍କ ଅଗ୍ରୱାଲ । ଫେବ୍ରୁଆରୀ ୬ ତାରିଖରୁ ଆରମ୍ଭ ହେବ ଦିନିକିଆ ମ୍ୟାଚ୍ । ଅହମଦାବାଦରେ ୩ଟି ଯାକ ଦିନିକିଆ ଖେଳାଯିବ । ପ୍ରଥମ ଦିନିକିଆ ଖେଳିବେନି ଏହି ୪ ଖେଳାଳି ।