ରାୟଗଡ଼ାରେ ମାଲ୍ ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ

ରାୟଗଡ଼ା: ପୁଣି ଏକ ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ । ରାୟଗଡ଼ାରେ ମାଲ୍ ବୋଝେଇ ଟ୍ରେନ ଲାଇଚ୍ୟୁତ ହୋଇଛି । ଅମ୍ବାଦଳା ଷ୍ଟେସନ ନିକଟରେ ବିଶାଖାପାଟଣାରୁ ଆସୁଥିବା ବକ୍ସାଇଟ ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବକ୍ସସାଇଟ ନେଇ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ରିଫାଇନାରୀ ପ୍ଲାଣ୍ଟକୁ ଯାଉଥିଲା ଟ୍ରେନ । ଅମ୍ବାଦଳା ରେଷ ଷ୍ଟେସନଠାରୁ ମାତ୍ର ୨୦୦ ମିଟର ଦୂରରେ ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ ହୋଇଛି । ପାଖରେ ଅନ୍ୟ ତିନୋଟି ଲାଇନ ଥିବାରୁ ରେଳ ଚଳାଚଳରେ କୌଣସି ବାଧାସୃଷ୍ଟି ହୋଇନାହିଁ ।

ତେବେ ଷ୍ଟେସନରେ ରେଳ ଚଳାଚଳ ସ୍ବାଭାବିକ ରହିଥିବା ସୂଚନା ମିଳିଛି । ଅନ୍ୟ ୩ଟି ଲାଇନରେ ରେଳ ଯାତାୟତ କରୁଛି । ବାରମ୍ବାର ରେଳ ଦୁର୍ଘଟଣା ଏବଂ ଲାଇନଚ୍ୟୁତକୁ ନେଇ ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି । ଗତ କିଛି ମାସ ତଳେ ମଧ୍ୟ ସେହି ସ୍ଥାନରେ ଏକ ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଖବର ପାଇ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଲାଇନରୁ ବଗିଗୁଡ଼ିକୁ କାଢ଼ିବାର କାର୍ଯ୍ୟ ଜାରି ରହିଛି ।