spot_img

Latest Posts

ଅପହରଣ ମାମଲାରେ ୪ ଅଭିଯୁକ୍ତ ଗିରଫ

ଗଜପତି: ଅପହରଣ ମାମଲାରେ ୪ ଅଭିଯୁକ୍ତ ଗିରଫ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା କେକେସିଂ ଗାଁର ପ୍ରଚୂର ଲିମ୍ମାଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଥିଲା। ଶୁକ୍ରବାର ତାଙ୍କ ପତ୍ନୀ ମିନି ଲିମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ଅପହୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଚୁର ଲିମ୍ମାଙ୍କୁ ଗଞ୍ଜାମ ଜିଲ୍ଲା ବ୍ୟାକୁଳ ନିକଟ ଏକ ହୋଟେଲର ୧୦୨ ନମ୍ବର ରୁମରେ ଅଟକ ରଖିଥିବା ଖବର ପାଇ ଚଢ଼ାଉ କରିଥିଲା । ସେଠାରୁ ଅପହୃତ ପ୍ରଚୁର ଲିମ୍ମାଙ୍କୁ ଉଦ୍ଧାର କରିବା ସହ ୪ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ।

ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଖଲ୍ଲିକୋଟ ଥାନା ତେଲିଢିଅପାଟଣାର ଦିପକ ବେହେରା, ପାରଳାଖେମୁଣ୍ଡି ଥାନା ବଡଖିଙ୍ଗା ଗାଁର କବିରାଜ ମାଳୀ, ଶାନ୍ତିନଗରର ଚୈତନ୍ୟ ମାଳୀ, ଓ ଶିବାଜୀ ମାଳୀ ଅଭିଯୁକ୍ତଙ୍କ ଠାରୁ ନୋଟ ଛାପିବା ପରି ଭ୍ରମ ସୃଷ୍ଟି କରୁଥିବା ଏକ ମେସିନ ବକ୍ସ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ତିନି ଅଭିଯୁକ୍ତ ଫେରାର ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Latest Posts

Don't Miss