ଦେଶରେ ଚିନ୍ତା ବଢାଉଛି ଦୁର୍ଘଟଣା, ୨୦୨୧ରେ ଦେଶରେ ଘଟିଛି ୪ ଲକ୍ଷ ୨୨ ହଜାର ସଡ଼କ ଦୁର୍ଘଟଣା

1 min read

ନୂଆଦିଲ୍ଲୀ: ଦେଶରେ ବଢ଼ିଛି ସଡ଼କ ଦୁର୍ଘଟଣା । ୨୦୨୧ରେ ଦେଶରେ ୪ ଲକ୍ଷ ୨୨ ହଜାର ୬୫୯ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୧ ଲକ୍ଷ ୭୩ ହଜାର ଜଣ ପ୍ରାଣ ହରାଇଛନ୍ତି । ଉତ୍ତରପ୍ରଦେଶରେ ସର୍ବାଧିକ ୨୪ ହଜାର ୭୧୧ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ତାମିଲନାଡ଼ୁରେ ମୃତ୍ୟୁ ସଂଖ୍ୟା ରହିଛି ୧୬ ହଜାର ୬୮୫ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ୨୦୨୦ରେ ଦେଶରେ ୩ ଲକ୍ଷ ୬୮ ହଜାର ୮୨୮ଟି ଦୁର୍ଘଟଣା ଘଟିଛି ।

ଟ୍ରାଫିକ ଦୁର୍ଘଟଣା ମଧ୍ୟରେ ରହିଛି ୪ ଲକ୍ଷ ୩ ହଜାର ୧୧୬ଟି ସଡ଼କ ଦୁର୍ଘଟଣା, ୧୭ ହଜାର ୯୯୩ଟି ରେଳବାଇ ଦୁର୍ଘଟଣା, ୧ ହଜାର ୫୫୦ଟି ରହିଛି ରେଳବାଇ କ୍ରସିଂ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୫୫ ହଜାର ୬୨୨, ରେଳ ଦୁର୍ଘଟଣାରେ ୧୬ ହଜାର ୪୩୧ ଓ ରେଳକ୍ରସିଂ ଦୁର୍ଘଟଣାରେ ୧ ହଜାର ୮୦୭ ଲୋକଙ୍କ ମୃତ୍ୟୁ ଘଟିଛି । ୨୦୨୦-୨୧ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୫୭ ହଜାର ୯୦ ଦୁର୍ଘଟଣା ଘଟିଥିବାବେଳେ ଉତ୍ତରପ୍ରଦେଶରେ ୩୬ ହଜାର ୫୦୯, ମହାରାଷ୍ଟ୍ରରେ ୩୦ ହଜାର ୮୬ ଓ କେରଳରେ ୩୩ ହଜାର ୫୧ଟି ଦୁର୍ଘଟଣା ଘଟିଛି ।