ଆଫଗାନିସ୍ତାନ ଓ ତାଜିକିସ୍ତାନରେ ଭୂମିକମ୍ପ ଝଟକା

ନୂଆଦିଲ୍ଲୀ: ପୁଣି ଭୂକମ୍ପ ଝଟକା । ଆଫଗାନିସ୍ତାନ ଓ ତାଜିକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୪.୧ । ସେହିପରି ତାଜିକିସ୍ତାନରେ ଭୂକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୪.୩ ଥିବା ରେକର୍ଡ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଛି ସୂଚନା । ଭୂକମ୍ପ ଅନୁଭୂତ ହେବା ପରେ ତୁରନ୍ତ ଘରୁ ବାହାରି ଆସିଥିଲେ ଲୋକ । ଏବେସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିନି ।