ଏକଲବ୍ୟ ସ୍କୁଲ ପାଇଁ ୩୮ହଜାର ୮ଶହ ନୂଆ ଶିକ୍ଷକ ନିଯୁକ୍ତି ପାଇବେ

1 min read

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷକଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଦିଆଯିବ ପ୍ରଶିକ୍ଷଣ। ଶିଶୁ ଓ କିଶୋର ମାନଙ୍କ ପାଇଁ ହେବ ଜାତୀୟ ଡିଜିଟାଲ ପାଠାଗାର ପ୍ରତିଷ୍ଠା କରାଯିବ। ଏକଲବ୍ୟ ସ୍କୁଲ ପାଇଁ ୩୮ହଜାର ୮ଶହ ନୂଆ ଶିକ୍ଷକ ନିଯୁକ୍ତି ପାଇବେ। ୭୪୦ ଏକଲବ୍ୟ ମଡେଲ୍ ରେସିଡେନସିଆଲ୍ ସ୍କୁଲ ପାଇଁ ଅଧିକ ଶିକ୍ଷକ ନିଯୁକ୍ତ କରାଯିବ। ପଞ୍ଚାୟତ ଓ ଓ୍ବାର୍ଡସ୍ତରରେ ଲାଇବ୍ରେରୀ ସ୍ଥାପନ କରିବାକୁ ରାଜ୍ୟମାନଙ୍କୁ ପ୍ରୋତ୍ସାହନ ଦିଆଯିବ। ପିଏମକେଭିଓ୍ବାଇରେ କୋଡିଂ, ଏଆଇ, ରୋବୋଟିକ୍ସ ପରି ନୂଆ କୋର୍ସ ସ୍ଥାନ ପାଇବ।

୩୦ଟି ସ୍କିଲ ଇଣ୍ଡିଆ ଆନ୍ତର୍ଜାତିକ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସେହିପରି ୫୦ଟି ପର୍ଯ୍ୟଟନସ୍ଥଳୀକୁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସ୍ୱଦେଶ ଦର୍ଶନ ଯୋଜନା କରାଯାଇଛି। ଉପକୂଳରେ ମିଷ୍ଟି ଯୋଜନାରେ ହେନ୍ତାଳ ବଣ ସୃଷ୍ଟି କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୬ପ୍ରତିଶତ ବୃଦ୍ଧି କରାଯାଇଛି। ଯୋଜନା ପାଇଁ ଖର୍ଚ୍ଚ ହେବ ୭୯ହଜାର କୋଟି। ଆକାଂକ୍ଷୀ ଜିଲ୍ଲା ଭଳି ୫ଶହ ବ୍ଲକ ହେବ ଆକାଂକ୍ଷୀ ବ୍ଲକ।

ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ। ସହର ଭିତ୍ତିଭୂମି ବିକାଶ ପାଇଁ ପ୍ରତି ବର୍ଷ ୧୦ହଜାର କୋଟିର ବ୍ୟବସ୍ଥା କରାଯାଇଛି। ଫେଜ-ଥ୍ରୀ ଇ-କୋର୍ଟ ବ୍ୟବସ୍ଥା ପାଇଁ ୭ହଜାର କୋଟି ବ୍ୟୟ ବରାଦ କରାଯାଇଛି। ଲଦାଖରେ ଅକ୍ଷୟ ଶକ୍ତି ପାଇଁ ୨୦ହଜାର ୭ଶହ କୋଟି ଦିଆଯାଇଛି। ହାଇଡ୍ରୋଜେନ୍ ଇନ୍ଧନ ପ୍ରସ୍ତୁତି ପାଇଁ ୯ହଜାର ୭ଶହ କୋଟି ଖର୍ଚ୍ଚ କରାଯିବ।